ରଣପୁର, (ବାଘୁଆବାର୍ତ୍ତା) : ରଣପୁର ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୂଡ଼ରେ ରଣପୁର ଅବକାରୀ ବିଭାଗ । ସୁର୍କବାଡ଼ି-କୋଇଲିମା ରାସ୍ତାରେ ଅବକାରୀ ବିଭାଗ ଅତ୍ରକିତ ଭାବେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଝଡ଼େଶ୍ୱରୀ ମନ୍ଦିର ନିକଟରୁ ଦୁଇଜଣ ଦେଶୀ ମଦ ବ୍ୟବସାୟୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୦ଲିଟର ହାତ ରନ୍ଧା ଦେଶୀ ମଦ ଓ ଗୋଟିଏ ବାଇକ ଜବତ କରିଛି । ଅଭିଯୁକ୍ତ ମାନେ ହେଲେ କୋଇଲିମା ହରିଜନ ସାହିର ଅଜୟ କୁମାର ନାୟକ, ଛବି ବେହେରା । ଏହି ଚଢ଼ାଉ ରେ ସୁଶାନ୍ତ କୁମାର ମହାପାତ୍ର ଓ ଆଇ ସି,ଏଏସ ଆଇ ସୁବାଷ ଚନ୍ଦ୍ର ସେଠୀ, ଲଷ୍ମୀଧର ବେହେରା ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।





