ନୟାଗଡ଼,(ବାଘୁଆବାର୍ତ୍ତୀ): ଭାରତ ସରକାର ଓ ରାଜ୍ୟ ସରକାରଙ୍କ ନିୟମନୁସାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ନେଇ ନିୟମ କଡ଼ାକଡ଼ି କରାଯାଇଛି । ଫଳରେ ପୈାର ପରିଷଦ ପକ୍ଷରୁ ସହରରେ ଥିବା ରାଜୀବ ମାର୍କେଟ, ଜୁବୁଲି ମାର୍କେଟ ଓ ପ୍ରିୟଦର୍ଶନୀ ମାର୍କେଟର ଦୋକାନ ଗୁଡ଼ିକ ବନ୍ଦ କରି ଦିଆଯାଇଛି । ସରକାରଙ୍କ ନିୟମନୁସାରେ, ମାର୍କେଟ କମ୍ଲେସ୍କରେ ଥିବା ଅଣଅତ୍ୟାବଶ୍ୟକ ଦୋକାନ ବନ୍ଦ କରାଯାଇଛି ।





