ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ । ହାଇଦ୍ରାବାଦରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ରେକର୍ଡ କଲେ ଓପନର ଶୁଭମନ ଗିଲ୍ । ୧୪୫ ବଲରେ ୨୦୦ ରନ କଲେ ଗିଲ୍ । ହ୍ୟାଟ୍ରିକ୍ ଛକା ମାରି ଦ୍ୱିଶତକ ପୂରଣ କଲେ ଗିଲ୍ । ଦିନିକିଆ କ୍ରିକେଟରେ ପଞ୍ଚମ ଭାରତୀୟ ଭାବରେ ଦ୍ୱିଶତକ ହାସଲ କଲେ ଶୁଭମନ । ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହଓ୍ୱାଗ, ରୋହିତ ଶର୍ମା ଓ ଇଶାନ କିଶାନଙ୍କ ପରେ ୨୦୦ ରନର କ୍ଲବରେ ସାମିଲ ହେଲେ ଶୁଭମନ ଗିଲ୍ ।






