ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ରକ୍ତ ଭଣ୍ଡାରରେ ଜୀବନବିନ୍ଦୁ ମାଧ୍ୟମରେ ରକ୍ତସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନିର୍ଦ୍ଦେଶରେ ଚାଲିଥିବା ଏହି ରକ୍ତଦାନ କାର୍ଯ୍ୟକ୍ରମର ଆଜିର ଦିବସରେ ନୟାଗଡ଼ ପୈାର ପରିଷଦ ଅନ୍ତର୍ଗତ ୨ନଂ ୱାର୍ଡ଼ରୁ ୭ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ୩ନଂ ୱାର୍ଡ଼ରୁ ୧୨ୟୁନିଟ୍, ୪ନଂ ୱାର୍ଡ଼ରୁ ୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ମୋଟ ୨୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ବିଜୁ ଯୁବବାହିନୀ, ଛାତ୍ରବିଜେଡି, ଯୁବ ବିଜେଡିମାନଙ୍କ ମିଳିତ ଉଦ୍ୟମରେ ଏହି ରକ୍ତଦାନ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଯୁବ ବିଜେଡି ପକ୍ଷରୁ ରମେଶ କୁମାର ସାହୁ, ପୂର୍ବତନ ଏନ୍ଏସି ଚେୟାରମ୍ୟାନ୍ ଗୁରୁପ୍ରସାଦ ଜେନା, ନେତ୍ରାନନ୍ଦ ସାହୁ, ସୁମନ ସାହୁ, ସନ୍ତୋଷ କୁମାର ମିଶ୍ର, ରଂଜନ ମହାପାତ୍ର, ଅମୁଲ୍ୟ ମହାନ୍ତି, ସାରଦା ପ୍ରସାଦ ମହାପାତ୍ର, ସତ୍ୟବ୍ରତ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ପରିଚାଳନ କରିଥିଲେ ।






