Tuesday, November 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘର ଭିତରେ ପଶି ପୂର୍ବତନ ମହିଳା ସାଂସଦ ଓ ବଡିଗାର୍ଡଙ୍କୁ ଗୁଳି କରି ହତ୍ୟା

by ସଞ୍ଜୟ ସ୍ୱାଇଁ
January 16, 2023
in WORLD
ଘର ଭିତରେ ପଶି ପୂର୍ବତନ ମହିଳା ସାଂସଦ ଓ ବଡିଗାର୍ଡଙ୍କୁ ଗୁଳି କରି ହତ୍ୟା
271
VIEWS
Share on FacebookShare on Twitter

କାବୁଲ, (ବାଘୁଆବାର୍ତ୍ତା): ଆଫଗାନିସ୍ତାନର ପୂର୍ବତନ ମହିଳା ସାଂସଦ ମୁରସ ନାବିଜାଦା ଓ ତାଙ୍କର ଜଣେ ବଡିଗାର୍ଡଙ୍କୁ ଅଜଣା ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ନାବିଜାଦା କାବୁଲ ସ୍ଥିତି ତାଙ୍କ ବାସଭବନରେ ଥିବା ବେଳେ ଏପରି ଘଟଣା ଘଟିଛି। ପୁଲିସ୍ ଏବେ ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ୨୦୨୧ ଅଗଷ୍ଟରେ ତାଲିବାନ ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିଲା। ଏହାପରେ ଅନେକ ମହିଳା ସାଂସଦ ଭୟରେ ଦେଶ ଛାଡ଼ି ଦେଇଥିଲେ। ତେବେ ଆଫଗାନରେ ସାହାସ ଦେଖାଇ ରହିଥିବା କିଛି ହାତ ଗଣତି ମହିଳା ସାଂସଦଙ୍କ ମଧ୍ୟରେ ନାବିଜାଦା ରହିଥିଲେ। ଏବେ କିନ୍ତୁ ସେ ହତ୍ୟାର ଶିକାର ହୋଇଛନ୍ତି। ତାଲିବାନ କ୍ଷମତା ଦଖଲ କରିବା ପରେ ପୂର୍ବରୁ ସରକାରରେ ଥିବା କୌଣସି ସାଂସଦ ବା ଅଧିକାରୀଙ୍କୁ ହତ୍ୟା କରାଯାଇଛି। ପୁଲିସ୍ କହିଛି ଯେ ଭୋର ପ୍ରାୟ ୩ଟା ବେଳେ ନାବିଜାଦା ଓ ତାଙ୍କ ବଡିଗାର୍ଡଙ୍କୁ ହତ୍ୟା କରାଯାଇଛି। ଉଭୟ ଗୋଟିଏ ରୁମରେ ଥିବା ବେଳେ ଦୁର୍ବୃତ୍ତମାନେ ଗୁଳି କରିଛନ୍ତି। ଏହି ଗୁଳିମାଡ଼ରେ ତାଙ୍କ ଭାଇ ଓ ଆଉ ଜଣେ ବଡିଗାର୍ଡ ଆହତ ହୋଇଛନ୍ତି। ତୃତୀୟ ବଡିଗାର୍ଡ ଜଣଙ୍କ ଘରେ ଥିବା ଟଙ୍କା ଓ ଅଳଙ୍କାର ନେଇ ଫେରାର ହୋଇଛନ୍ତି। ନାବିଜାଦା ତାଙ୍କ ବାସଭବନର ପ୍ରଥମ ମହଲାକୁ ଅଫିସ ଭାବେ ବ୍ୟବହାର କରୁଥିଲେ। ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ ସବୁକଥା ସ୍ପଷ୍ଟ ହେବ ବୋଲି ପୁଲିସ୍ କହିଛି। ୩୨ ବର୍ଷୀୟ ନାବିଜାଦା ପୂର୍ବ ପ୍ରାନ୍ତର ନଙ୍ଗରହାରରେ ଜନ୍ମ ଗ୍ରହଣ କରିଥିଲେ। ତେବେ ୨୦୧୯ରେ ସେ କାବୁଲରୁ ଜିତି ସଂସଦକୁ ଯାଇଥିଲେ। ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ଯାଏ ସେ ସାଂସଦ ଭାବେ କାର‌୍ୟ୍ୟ କରୁଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!