Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାମ୍ବାଦିକଙ୍କୁ ପ୍ରୋତ୍ସାହନ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ସଭାପତି

by ସଞ୍ଜୟ ସ୍ୱାଇଁ
April 26, 2020
in Breaking, Health
ସାମ୍ବାଦିକଙ୍କୁ ପ୍ରୋତ୍ସାହନ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ସଭାପତି
30
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀ ସମୟରେ ଅନ୍ୟତମ ଯୋଦ୍ଧା ଭାବେ ପରିଚିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ୱତନ୍ତ୍ର ସହାୟତା ଓ ପ୍ରୋତ୍ସାହନ ନେଇ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ ଶନିବାର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାନୁସାରେ, କରୋନା ଭୂତାଣୁକୁ ନେଇ ସାରା ବିଶ୍ୱ ଏବେ ଆତଙ୍କିତ । ଭାରତରେ ପ୍ରାୟ ୭୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ରହୁଥିବା ବେଳେ ୨୬ ପ୍ରତିଶତ ଲୋକ ନିରକ୍ଷର ହୋଇଥିବାରୁ ସେମାନଙ୍କୁ ସାମାଜିକ ଦୂରତ୍ୱ ଏବଂ ସଙ୍ଗରୋଧ ବିଷୟରେ ଜଣାଇବା ଆଜିର ସମୟରେ ଏକ ବଡ଼ ଆହ୍ୱାନ । ସରକାରଙ୍କ ପ୍ରତ୍ୟେକଟି ସତର୍କ ସୂଚନା, ଚେତାବନୀ, ସହାୟତା ବିଷୟରେ ଜନସାଧାରଣଙ୍କୁ ବିଶ୍ୱାସଯୋଗ୍ୟ ଭାବେ ଅବଗତ କରାଇବା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗଣମାଧ୍ୟମ ସୁଚାରରୂପେ ସମ୍ପାଦନ କରିଚାଲିଛି । ପ୍ରତ୍ୟେକ ବିଭ୍ରାନ୍ତିକର ଖବରରୁ ଦୂରେଇ ରହିବା ଓ କରୋନା ମହାମାରୀ ସମୟରେ ଲୋକଙ୍କୁ ପ୍ରତି ମୁହୂର୍ତ୍ତରେ ଅପ୍‌ଡେଟ୍ ରଖିବାର ଗୁରୁଦାୟିତ୍ୱ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ମୁଣ୍ଡକୁ ନେଇଛନ୍ତି । ସରକାରୀ କର୍ମଚାରୀଙ୍କ ଭଳି ବେଦନଭୋଗୀ ନହୋଇ ସୁଦ୍ଧା ମହାମାରୀ ବିପତ୍ତି ବେଳେ ସାମ୍ବାଦିକମାନେ ସେମାନଙ୍କ ଦାୟିତ୍ୱବୋଧରୁ ଦୂରେଇ ଯାଇନାହାନ୍ତି । କରୋନାକୁ ପ୍ରତିହତ କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି । ରାଜ୍ୟ ସରକାର ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଗ୍ନିଶମ ପ୍ରମୁଖଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଭଳି ଅନେକ ପ୍ୟାକେଜ ଘୋଷଣା କରିଛନ୍ତି । କିନ୍ତୁ ଦୁଃଖର ବିଷୟ, ନିଜ ଜୀବନକୁ ବାଜି ଲଗାଇ କରୋନାକୁ ମୁକାବିଲା କରିବା ପାଇଁ ସଂକଳ୍ପ ନେଇଥିବା ଅସଲ ବିନ୍ଧାଣୀ ଗଣମାଧ୍ୟମ ପ୍ରତିନିଧିମାନଙ୍କର ନିସ୍ୱାର୍ଥପର କାର୍ଯ୍ୟକୁ ସରକାର ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମର ଗୁରୁତ୍ୱକୁ ବିଚାରକୁ ନେଇ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସରକାର କରୋନାର ଅନ୍ୟତମ ଯୋଦ୍ଧା ଭାବେ ପରିଗଣିତ କରିବା ସଙ୍ଗେ ସଙ୍ଗେ ସ୍ୱତନ୍ତ୍ର ସହାୟତା ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ନିମନ୍ତେ ଦାବି କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!