Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାଷ କଲେ କୃଷି ମନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
April 26, 2020
in Breaking, Feature News, State
ଚାଷ କଲେ କୃଷି ମନ୍ତ୍ରୀ
187
VIEWS
Share on FacebookShare on Twitter

ଅକ୍ଷୟ ତୃତୀୟାରେ ଅଖିମୁଠୀ ଅନୁକୂଳ

ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ଦଳୀୟ କାର୍ଯ୍ୟାଳୟ ନିକଟସ୍ଥ ଜଣେ କୃଷକଙ୍କ ଜମିରେ ଅଖିମୁଠି ଅନୁକୂଳ କରିଛନ୍ତି । ପୂଜାପାଠ ପରେ ମନ୍ତ୍ରୀ ବିହନ ବୁଣିବା ସହ ହଳ ଲଙ୍ଗଳ ଧରି ଚାଷ କାର୍ଯ୍ୟ କରିଛନ୍ତି । ସୂଚନାନୁସାରେ, ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ । ଏହିଦିନ କୃଷକମାନେ ସେମାନଙ୍କ ଜମିରେ ଅଖିମୂଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି । କରୋନା ମହାମାରୀ କାରଣରୁ ଏହାକୁ ସରକାରୀ ଭାବେ ପାଳନ ନକରି ଆଜି କୃଷି ମନ୍ତ୍ରୀ ବ୍ୟକ୍ତିଗତଭାବେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି । ଅକ୍ଷୟ ତୃତୀୟା ହେଉଛି ଏକ କୃଷି ଭିତ୍ତ୍ଖଳ ପର୍ବ । ଚାଷୀପାଇଁ ଏହା ହେଉଛି ଏକ ଶୁଭର ଦିନ ଏହି ଦିନରେ ଓଡ଼ିଶାର ପୂରପଲ୍ଲୀର ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି । ଅକ୍ଷୟ ତୃତୀୟା ଏପରି ଏକ ଦିବସ ଯେଉଁ ଦିବସରେ ବିନା ପାଞ୍ଜିରେ କାମ ଆରମ୍ଭ ହୁଏ । ଏହି ଦିବସରେ ଯେଉଁ କାର୍ଯ୍ୟ ଆରମ୍ଭ କରାଯାଏ, ଏହା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି କୃଷି ମନ୍ତ୍ରୀ ରାଜ୍ୟର କୃଷକଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଏବର୍ଷର ପାଣିପାଗ, ଚାଷ ଅନୁକୂଳ ପାଇଁ ଭଲ ରହିଛି । କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର କରାଯାଇଥିବା ଲକ୍‌ଡାଉନ୍‌କୁ କୃଷି କାର୍ଯ୍ୟ ନିମନ୍ତେ କୋହଳ କରିଛନ୍ତି । କୃଷକମାନେ ବିନା ଦ୍ୱିଧାରେ ସାମାଜିକ ଦୂରତା ରକ୍ଷା କରି କୃଷି କାର୍ଯ୍ୟରେ ନିୟୋଜିତ ରହିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!