ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବାରବାଟୀ ଷ୍ଚାଡିୟମରେ ଉଦ୍ଘାଟିତ ହେଲା ହକି ବିଶ୍ୱକପ୍। ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ମଧ୍ୟରେ ହକି ବିଶ୍ୱକପ୍ ଉଦ୍ଘାଟିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର କ୍ରିଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଯୋଗ ଦେଇଛନ୍ତି। ଉଦଘାନଟନୀ ଉଦତ୍ସବରେ ଓଲିଉଡ୍ ଓ ବଲିଉଡ୍ ତାରକାଙ୍କ ଜଲୱା ଦେଖିବାକୁ ମିଳିଛି।

ମଞ୍ଚରେ ସ୍ମୃତି ମିଶ୍ରଙ୍କ କଣ୍ଠର ଯାଦୁଗରୀ ଗୀତ ସାଙ୍ଗକୁ ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଡାନ୍ସ ଦର୍ଶକଙ୍କ ଉତ୍କଣ୍ଠା ଆହୁରି ବଢ଼ାଇଥିଲା। ଉଦଘାଟନୀ ଉତ୍ସବରେ ଏକ ହଜାର ଭିଭିଆଇପିଙ୍କ ସମେତ ଦୁଇ ହଜାର ଅତିଥି ଯୋଗ ଦେଇଛନ୍ତି। ଏହା ସହ ଉତ୍ସବରେ ସାମିଲ ହୋଇଛନ୍ତି ବଲିଉଡ୍ ଷ୍ଟାର୍ ରଣବୀର ସିଂ, ଦିଶା ପଟାନୀ, ମନିଷ ପଲ୍ । ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କ ଟିମ ମଧ୍ୟ ଜଲଓ୍ବା ଦେଖାଉଛି ।

ଉଦଘାଟନୀ ଉତ୍ସବ ପାଇଁ ଓ୍ବେଲକମ୍ ସଙ୍ଗ୍ ବନାଇଛନ୍ତି ମ୍ୟୁଜିକ୍ ଡିରେକ୍ଟର ପ୍ରୀତମ୍ । ଏଥିରେ କଣ୍ଠଦାନ କରିଛନ୍ତି କୋରାପୁଟ ଝିଅ ନମିତା ମେଲକା । ଉତ୍ସବରେ ପ୍ରଥମେ ଅରୁଣା ମହାନ୍ତି ଓ ନମିତା ମେଲେକାଙ୍କ ନେତୃତ୍ୱରେ ଆଦିବାସୀ ନୃତ୍ୟୁ ପରିବେଷଣ କରାଯାଇଛି। ପରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ନୃତ୍ୱ ପରିବେଷଣ କରାଯାଇଥିଲା।

ସେହିପରି ବଲିଉଡ ଷ୍ଟାର ତଥା ଓଡ଼ିଆ ପୁଅ ଋତୁରାଜ ମହାନ୍ତି ନିଜର ସ୍ୱରରେ ଉଦଘାଟନୀ ମାହୋଲକୁ ଆହୁରି ରଙ୍ଗୀନ କରିଥିଲା। ତାଙ୍କ ପରେ ଲିସା ମିଶ୍ର ସ୍ୱର ଦର୍ଶକଙ୍କୁ ଝୁମାଇଥିଲେ। ଅନ୍ୟପଟେ ଦିଶା ପଟନୀଙ୍କ ଠୁମଙ୍କାରେ ଦର୍ଶକମାନେ ମଧ୍ୟ ନାଚି ଉଠିଥିଲେ। ଓଡିଆ, ଇଂଲିସ ଓ ହିନ୍ଦୀରେ ସଙ୍ଗୀତ ଓ ନାଚରେ ପୂରା ନଷ୍ଟାଡିୟମର ମାହୋଲ ରଙ୍ଗୀନ ହୋଇଛି।






