Sunday, June 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସର୍ବଭାରତୀୟ ଫୁଟବଲ କପ, ପଞ୍ଚାବ ୪-୨ ଗୋଲରେ ବିଜୟୀ

by ସଞ୍ଜୟ ସ୍ୱାଇଁ
January 10, 2023
in Nayagarh, Sports, State
ସର୍ବଭାରତୀୟ ଫୁଟବଲ କପ, ପଞ୍ଚାବ ୪-୨ ଗୋଲରେ ବିଜୟୀ
356
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ୭୮୬ ୟୁଥ କ୍ଲବ ସିନ୍ଦୁରିଆ ଏବଂ ନୟାଗଡ଼ କ୍ଲବର ମିଳିତ ଆନୁକୂଲ୍ୟରେ ନୟାଗଡ଼ ଖେଳ ପଡିଆଠାରେ ଚଳିତ ବର୍ଷ ୨୦୨୩ର ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ୩ୟ ଦିନ ମ୍ୟାଚରେ ପଞ୍ଚାବ ବନାମ ହାଲ ସୁନାବେଢ଼ା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମରୁ ପଞ୍ଚାବ ଟିମ ସୁନାବେଢ଼ା ଉପରେ ପ୍ରଥମ ଗୋଲ ଦେଇଥିଲା । ଖେଳ ଶେଷ ପର୍ଯ୍ୟନ୍ତ ରୋମାଞ୍ଚକର ଖେଳ ଅନୁଷ୍ଠିତ ହୋଇଥିଲା । ସୁନାବେଢ଼ା ଦଳ ଭଲ ଖେଳ ପ୍ରଦର୍ଶନ କରିଥିଲେ କିନ୍ତୁ ପଞ୍ଚାବ ଦଳର ଖେଳାଳି ମାନଙ୍କ ପାଖରେ ହାରିବାକୁ ପଡିଥିଲା । ଶେଷରେ ପଞ୍ଚାବ ୪-୨ ଗୋଲରେ ବିଜୟୀ ହୋଇଥିଲା ।

ବେଷ୍ଟ ଖେଳାଳୀ ଭାବେ ହାଲ ସୁନାବେଢ଼ାର କାର୍ତିକ ହକର୍ତା ମନୋନୀତ ହୋଇଥିଲେ । ପଞ୍ଚାବର ଡେଭିଡ ମୋଟାଜ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା । ପଞ୍ଚାବର ଜାଜା ବେଷ୍ଟ ଷ୍କୋରର ଭାବେ ମନୋନୀତ ହୋଇଥିଲେ । ଆଜିର ଖେଳରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ଅଲେଖ ପହି ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟ ନିର୍ବାହି ଯନ୍ତ୍ରୀ ଦୁର୍ଯ୍ୟୋଧନ ସାହୁ, ନୟାଗଡ଼ କ୍ଲବର ସମ୍ପାଦକ ରୋଟାରିଆନ ନିହାର ରଞ୍ଜନ ନାୟକ, ସମାଜସେବୀ ପ୍ରକାଶ ଷଡ଼ଙ୍ଗୀ, ୟୁନିଟେକର ନିର୍ଦ୍ଦେଶକ ରୋଟାରିଆନ ପ୍ରଦିପ୍ତ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ ।

୭୮୬ କମିଟିର ସଭାପତି ଶେଖ ୟୁସୁଫ, ନୟାଗଡ଼ କ୍ଲବ ସଭାପତି ରବୀନ୍ଦ୍ର କୁମାର ସାହୁ, ହାଜରତ ଅଳ୍ଲୀ ଖାଁ, ସାଙ୍ଗଠନିକ ସଭାପତି ଏସ କେ ନଇମୁ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟ ରେଫରୀ ଭାବେ ରାଜୁ ମହାନ୍ତି ମ୍ୟାଚ ପରି ଚାଳନା କରିଥିଲେ, ଅରୁଣ କୁମାର ନାୟକ, ଅଶୋକ କହ୍ନର, ଦର୍ଶନ ନାୟକ ମ୍ୟାଚ କମିଶନର ଆଲୋକ କୁମାର ଦାସ ପ୍ରମୁଖ ସହାୟତା କରିଥିଲେ । ଖେଳକୁ ଭରପୁର ସଂଖ୍ୟାରେ ଦର୍ଶକ ପଡିଆ ଚାରିପଟେ ଉପଭୋଗ କରୁଥିଲା ବେଳେ ଦୁଇପଟେ ଦୁଇଟି ବଡ଼ ସ୍କ୍ରିନରେ ମଧ୍ୟ ଦେଖି ପାରୁଥିଲେ । ଆଜିର ମ୍ୟାଚରେ ଧାରା ବିବରଣୀ ପ୍ରଦାନ କରୁଥିଲେ ରାମକୃଷ୍ଣ ରଥ । ଆସନ୍ତା କାଲିର ଖେଳ ନେପାଳ ବନାମ କେରଳ ମଧ୍ୟରେ ଅନୁଷ୍ଠିତ ହେବ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!