ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସଦର ବ୍ଲକ୍ ଅନ୍ତର୍ଗତ ମେଳାମ୍ବ ଗ୍ରାମରେ ମହାବୀର କ୍ରିକେଟ୍ କ୍ଲବ ପକ୍ଷରୁ ୧୫ଓଭର ବିଶିଷ୍ଟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଗ୍ରାଣ୍ଟ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଗ୍ରାଣ୍ଟ ଫାଇନାଲ ମ୍ୟାଚ ତଥା ଉଦଯାପନୀ ଦିବସ ମ୍ୟାଚରେ ବୋଦସା କ୍ରିକେଟ୍ କ୍ଲବ ଓ ଘରୋଇ ଟିମ୍ ମହାବୀର କ୍ରିକେଟ୍ କ୍ଲବ୍ ମଧ୍ୟରେ ମୁହାଁମୁହି ହୋଇଥିଲେ । ଫାଇନାଲ ମ୍ୟାଚକୁ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳୀମାନଙ୍କ ସହ କରମର୍ଦ୍ଦନ କରି ଉଦଯାପନୀ ଦିବସ ମ୍ୟାଚକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ନାଟୁଗାଁ ଗ୍ରାମପଞ୍ଚାୟତର ସରପଞ୍ଚ ସାଗରବାଳା ବରାଡ଼, ଶରଧାପୁର ପଞ୍ଚାୟତର ସରପଞ୍ଚ ଲକ୍ଷ୍ମିପ୍ରିୟା ମୁଦୁଲି ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃର ସଭାପତି ରବିନ୍ଦ୍ରନାଥ ସାହୁ ଓ ୧୨ନଂ ଜୋନର ଜିଲ୍ଲାପରିଷଦ ସୁବାଷ ଚନ୍ଦ୍ର କଅଁର ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ମହାବୀର କ୍ରିକେଟ୍ କ୍ଲବ୍ ପ୍ରଥମେ ଟସ୍ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇ ବୋଦସା କ୍ରିକେଟ୍ କ୍ଲବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ।

ବୋଦସା କ୍ରିକେଟ୍ କ୍ଲବର ଖେଳାଳୀମାନେ ନିର୍ଦ୍ଧାରିତ ୧୫ ଓଭରରେ ମୂଲ୍ୟବାନ୍ ୬ଟି ୱିକେଟ୍ ହରାଇ ୧୦୪ ରନ୍ କରିବାରେ ସକ୍ଷମ ହୋଇଥିଲା । ତେବେ ଘରୋଇ କ୍ରିକେଟ୍ କ୍ଲବ ଖେଳାଳୀମାନେ ୧୦୫ରନର ବିଜୟ ଲକ୍ଷ ନେଇ ପଡିଆ ଭିତରକୁ ବ୍ୟାଟିଂ କରିବାକୁ ପ୍ରବେଶ କରିଥିଲେ । ତେବେ ନିର୍ଦ୍ଧାରିତ ୧୫ଓଭର ପୂର୍ବରୁ ଦଳ ୮୪ରନ୍ କରି ଅଲଆଉଟ୍ ହୋଇ ପରାଜୟ ବରଣ କରିଥିଲେ । ଚଳିତ ବର୍ଷର ଚମ୍ପିଆନ୍ ଟିମ୍ ବୋଦସା କ୍ରିକେଟ୍ କ୍ଲବକୁ ଚମ୍ପିଆନ୍ ଟ୍ରଫି ସହ ୫୫୦୦ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିବା ବେଳେ ରର୍ନସ୍ ଅଫ୍ ଘରୋଇ ଟିମ୍ ମହାବୀର କ୍ରିକେଟ୍ କ୍ଲବକୁ ରର୍ସସ୍ ଅଫ୍ ଟ୍ରଫି ସହ ୩୫୦୦ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚକୁ ଦୁଇ ବରିଷ୍ଠ ଅମ୍ପାୟାର ବିଶ୍ୱଜିତ୍ ନାୟକ ଓ ଦେବାଶିଷ ପାଇକରାୟ ପରିଚାଳନା କରିଥିବା ବେଳେ ମହାବୀର କ୍ରିକେଟ୍ କ୍ଲବର ସମସ୍ତ ସଦସ୍ୟମାନେ ସାହାର୍ଯ୍ୟ ସହଯୋଗ କରିଥିଲେ ।






