ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଦୁଇ ଦିନ ହେବ ଅସହ୍ୟ ଶୀତ ଜନ ଜୀବନକୁ ଅତିଷ୍ଠ କରି ଦେଇଛି। ନୟାଗଡ଼ ଜିଲ୍ଲାର ନୂଆଗାଁ, ଗଣିଆ ଓ ଦଶପଲ୍ଲା ବ୍ଲକ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ନାହିଁ ନଥିବା ପରିସ୍ଥିତି ସୃଷ୍ଟି କରିଛି। ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ ଅଞ୍ଚଳରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। ଦଶପଲ୍ଲା ବ୍ଲକ କୁଜାମେଣ୍ଢି ଅଞ୍ଚଳରେ ତାପମାତ୍ରା ସର୍ବନିମ୍ନ ରହିଛି। ସୋମବାର ଭୋର ସମୟରେ ଏହି ଅଞ୍ଚଳରେ ସାମାନ୍ୟ ହାଲକା ବରଫ ପାତ ହୋଇଥିବା ଦେଖା ଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସି ଭୟଭୀତ ହେବା ସହ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସି ରହୁଛନ୍ତି। କୁଜାମେଣ୍ଢି ଭଳି ସ୍ଥିତି ଦଶପଲ୍ଲା ବ୍ଲକର ଅନେକ ସ୍ଥାନରେ ଦେଖାଯାଇଛି।






