ରଣପୁର, (ବାଘୁଆବାର୍ତ୍ତା): କନ୍ଧନୟାଗଡ଼ର ଯୁବକ ପରିଷଦ ପକ୍ଷରୁ ଦିର୍ଘ ୨୩ ଦିନ ଧରି ଅୟୋଜିତ ହୋଇଥିବା କନ୍ଧନୟାଗଡ଼ ପ୍ରିମିୟର ଲିଗର ଅଷ୍ଟମ ସଂସ୍କରଣ (KPL-8) ନିଜର ଉଦଯାପନୀ ଉତ୍ସବକୁ ସଫଳତାର ସହ ଶେଷ ହୋଇଛି । ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗ ଦେଇଥିଲେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସିନିୟର୍ ଆଡଭୋକେଟ ବନମାଳୀ ମହାପାତ୍ର, ସ୍ଥାନୀୟ ସରପଞ୍ଚ ଗୁଲୁବାସ ସୁବୁଦ୍ଧି, ଚାନ୍ଦପୁର ସରପଞ୍ଚ ରଞ୍ଜିତା ସେନାପତି, ନାଗରିକ ମଞ୍ଚ ଅଧ୍ୟକ୍ଷ ଧନେଶ୍ୱର ଅଗରୱାଲ, ସମାଜସେବୀ ମନୋଜ ଦାସ, ଅରୁଣ କୁମାର ସୁବୁଦ୍ଧି, ସ୍ମିତା ସିଂ ଓ ଅନ୍ୟ ସମ୍ମାନୀୟ ଅତିଥି ମାନେ ଯୋଗ ଦେଇଥିଲେ । ଆଜିର ଗ୍ରାଣ୍ଡ ଫାଇନାଲ ମ୍ୟାଚରେ ପରସ୍ପର ସହ ଖେଳି ଥିଲେ ମା ଡୋମଣୀ ୱାରିଆର୍ ଓ ଏମ.ଏମ.ଜୀ ୱାରିଆର୍ ।

ନିର୍ଦ୍ଧାରିତ ୨୦ ଓଭର଼ରେ ଟସ ଜିତି ଏମ.ଏମ.ଜୀ ୱାରିଆର୍ ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇ ୧୮୨ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଗୋଟିଏ ଓଭର୍ ବାକି ଥାଇ ୧୯ ଓଭରରେ ମା ଡୋମଣୀ ୱାରିଆର୍ ଏହି ବିଜୟ ଲକ୍ଷ୍ୟକୁ ହାସଲ କରି (KPL-8)ର ବିଜୟ ମୁକୁଟ ପିନ୍ଧି ପାରିଥିଲା । ମା ଡୋମଣୀ ୱାରିଆର୍ ତରଫରୁ ମାନସ ମହାରଣା ଦ୍ରୁତ ୮୨ ରନର ଏକ ସୁନ୍ଦର ଇନିଂସ ଖେଳି ଶ୍ରେଷ୍ଠ ଖେଳାଳି ମନୋନୀତ ହୋଇଥିଲେ ଓ ଶିବୁନା ମାନସିଂହ ଶ୍ରେଷ୍ଠ ବ୍ୟାଟସମ୍ୟାନ, ମନ ପଲେଇ ଶ୍ରେଷ୍ଠ ବୋଲର (KPL-8) ମନୋନୀତ ହୋଇ ଥିଲେ । ଆଜିର ଖେଳକୁ ବିପନ ଓ ଡ୍ୟାନି ପରିଚାଳନା କରିଥିଲେ ଅନ୍ୟମାନଙ୍କ ମଧ୍ୟରେ କନ୍ଧନୟାଗଡ଼ ଯୁବକ ପରିଷଦର ପ୍ରେସିଡେଣ୍ଟ କୃଷ୍ଣଗୋପାଳ ବାଚସ୍ପତି, କୈଳାସ ବେହେରା, ବଦଲ୍, ରିଙ୍କୁ, ଦିଲୁ, ଗୟା ଭରତ ସହଯୋଗ କରିଥିଲେ ।






