Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମ ଭାଙ୍ଗିଗଲା ତିନି ଦିନରେ, ପ୍ରେମିକ ଫେରାର

by ସଞ୍ଜୟ ସ୍ୱାଇଁ
January 7, 2023
in Crime, State
ପ୍ରେମ ଭାଙ୍ଗିଗଲା ତିନି ଦିନରେ, ପ୍ରେମିକ ଫେରାର
265
VIEWS
Share on FacebookShare on Twitter

ଭଞ୍ଜନଗର, (ବାଘୁଆବାର୍ତ୍ତା): ଭଞ୍ଜନଗର, ଗାଲେରୀ ଗ୍ରାମର ବହୁଚର୍ଚ୍ଚିତ ଟିନା ରାଣୀ ସାହୁ, ଏବଂ ଦୁଷ୍ମନ୍ତ ସାହୁଙ୍କ ପ୍ରେମ କାହାଣୀରେ ଟ୍ୱିଷ୍ଟ । ଗ୍ରାମବାସୀ ଓ ସମାଜସେବୀଙ୍କ ସାମ୍ନାରେ ବିବାହ କରିଥିବା ଟିନା-ଦୁଷ୍ମନ୍ତ ଘଟଣା ଏବେ ନୂଆ ମୋଡ ନେଇଛି । ବିବାହର ମାତ୍ର ୩ ଦିନ ପରେ ହଠାତ ଟିନାଙ୍କୁ ଛାଡ଼ି କେଉଁଆଡେ ଗାୟବ ହୋଇଯାଇଛନ୍ତି ଦୁଷ୍ମନ୍ତ । ସେଥିପାଇଁ ଟିନା ଦୁଇ ଦିନ ହେବ ଶ୍ୱଶୁର ଘର ସାମ୍ନାରେ ଧାରଣା ବସିଥିଲେ । ଶୀତ କାକରରକୁ ଖାତିର ନକରି ଟିନା ଧାରଣାରେ ବସିଥିଲେ । ଶେଷରେ ଅନ୍ୟ ଉପାୟ ନପାଇ ତାଲା ଭାଙ୍ଗି ତାଙ୍କ ଶଶୁରଙ୍କ ଦୋକାନ ଗୃହରେ ପ୍ରବେଶ କରିଛନ୍ତି ଟିନା । ଗ୍ରାମବାସୀ ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ଉପସ୍ଥିତିରେ ଟିନା ଦୋକାନରେ ଯାଇ ପ୍ରବେଶ କରିଛନ୍ତି । ଏହାସହ ନିଜକୁ ସୁରକ୍ଷା ଯୋଗାଇ ଦେବା ସହିତ, ତାଙ୍କ ନିଖୋଜ ସ୍ୱାମୀଙ୍କୁ ଖୋଜି ଆଣିଦେବା ପାଇଁ ଗାଲେରୀ ଫାଣ୍ଡି ଅଧିକାରୀଙ୍କୁ ଏତଲା ବି ଦେଇଛନ୍ତି । ପୂର୍ବରୁ ଦେଢଶୁର, ଶାଶୁ, ଶ୍ୱଶୂର ତାଙ୍କୁ ଘର ଭିତରକୁ ନଯିବା ପାଇଁ ମନା କରିବା ସହିତ ପ୍ରତିରୋଧ କରିଥିଲେ । ଯାହାକୁ ଥାନାଧିକାରୀଙ୍କ ଆଗରେ ବଖାଣିଛନ୍ତି ଟିନାରାଣୀ । ଆହୁରି ମଧ୍ୟ କହିଛନ୍ତି ନିଜ ସ୍ୱାମୀ ନ ଆସିବାଯାଏଁ ସେ ସେହି ଦୋକାନ ଘରେ ରହିବେ । ସେ କହିଛନ୍ତି ମୁଁ ଏ ଘରର ବୋହୂ । ଆଉ କେତେଦିନ ଶୀତ କାକରରେ ଧାରଣାରେ ବସିବି ଦେବି । ତେଣୁ ସେହି ଅଧିକାରରେ ଶ୍ୱଶୁର ଘର ତାଲା ଭାଙ୍ଗି ଘର ଭିତରକୁ ଯାଇ ରହିବାକଥା କହିଛନ୍ତି । ସେପଟେ ଏତିକିରେ ଟିନାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ଗ୍ରହଣ କରୁଛନ୍ତି ନା ଅନ୍ୟ କିଛି ଘଟୁଛି ତାକୁ ହିଁ ଅପେକ୍ଷା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!