Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ

by ସଞ୍ଜୟ ସ୍ୱାଇଁ
January 7, 2023
in Crime, State
ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ
167
VIEWS
Share on FacebookShare on Twitter

ଜଗତସିଂହପୁର, (ବାଘୁଆବାର୍ତ୍ତା): ପାରାଦୀପରେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା । ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ହୃଦଘାତରେ ରୁଷୀୟ ନାଗରିକ ମିଲ୍ ୟାକୁବ୍ ସର୍ଜଇଙ୍କ ମୃତ୍ୟୁ ହୋଇଥିବହା ସ୍ପଷ୍ଟ ହୋଇଛି । ଏନେଇ ଜଗତସିଂହପୁର ଏସ୍‌ପି ରାହୁଲ୍ ପିଆର୍ ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, ଗତ ୪ ତାରିଖ ଦିନ ରୁଷୀୟ ଚିଫ୍ ଇଞ୍ଜିନୟର ମିଲ୍ ୟାକୁବ୍ ସର୍ଜାଇଙ୍କର ପାରାଦୀପ ବନ୍ଦରରେ ଲାଗିଥିବା ଜାହାଜ ଅଲଦାନା ଭେସେଲ୍‌ରେ ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁ ନେଇ ସାରା ଦେଶରେ ଆଲୋଡନା ସୃଷ୍ଟି ହୋଇଥିଲା । ପରେ ପାରାଦୀପ ମେରାଇନ୍ ଥାନା ପୋଲିସ ଜାହାଜରୁ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।ଏହାସହିତ ଭିସେରା ଟେଷ୍ଟ ନିମନ୍ତେ ମୃତ ଶରୀରର ବିଭିନ୍ନ ପ୍ରମୁଖ ଅଂଶର ନମୁନା ସଂଗ୍ରହ କରି ଭୁବନେଶ୍ୱର ସ୍ଥିତ ଫରେନ୍ସିକ ଲ୍ୟାବକୁ ପଠାଇଛି । ଆଉ ଏବେ ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଯେଉଁଥିରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଏବେ ତାଙ୍କ ମୃତଦେହକୁ ପାରାଦୀପ ପୋର୍ଟ ହସ୍ପିଟାଲରେ ରଖାଯାଇଛି । ସମସ୍ତ କାଗଜପତ୍ର କାମ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଏସ୍‌ପି କହିଛନ୍ତି । ତେବେ ଏହି ଘଟଣାରେ ଆଗକୁ ପୋଲିସର ତଦନ୍ତ କେଉଁଆଡେ ଯାଉଛି । ତାହା ଦେଖିବାକୁ ବାକି ରହିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!