ନୟାଗଡ(ବାଘୁଆ ବାର୍ତ୍ତା): କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।ବିଭିନ୍ନ ରୋଗରେ ପୀଡିତ ଲୋକମାନେ ଡାକ୍ତରଖାନା ନଆସି ଘରେ ରହି କିପରି ସେବା ପାଇପାରିବେ ଏଥିନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି।ସୋମବାର ଠାରୁ ରବିବାର ପର୍ଯ୍ୟନ୍ତ ସାତଦିନ ବ୍ୟାପି ସକାଳୁ ୮ଘଟିକା ଠାରୁ ୧୨ ପର୍ଯ୍ୟନ୍ତ ୮ଟି ବିଭାଗର ଡାକ୍ତରଙ୍କୁ ନିଯୁକ୍ତି କରାଯାଇଛି।ରୋଗୀମାନେ ଫୋନ ଜରିଆରେ ଭଏସ୍ କଲ୍ ଓ ଭିଡିଓ କଲ୍ ଜରିଆରେ ସେବା ପାଇପାରିବେ। ମୁଖ୍ୟତଃ ଶିଶୁ ବିଭାଗ, ନାକ କାନ ଗଳା, ମେଡିସିନ୍,ଶଲ୍ୟ, ପ୍ରସୁତି, ଟିବି ଓ ଛାତି ଏବଂ ଚର୍ମ ବିଭାଗ ରୋଗର ଚିକିତ୍ସା ପାଇପାରିବେ।ଆଜି ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଏହି ସେବା ଆରମ୍ଭ କରାଯାଇଛି।ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଶ୍ବେତ କୁମାର ମହାପାତ୍ର ଜିଲ୍ଲାର ସମସ୍ତ ଜନ ସାଧାରଣ ଙ୍କୁ ଅନୁରୋଧ କରିଛନ୍ତି ଡାକ୍ତରଖାନା ନ ଆସି ଘରେ ରହି ସୁବିଧାରେ ଚିକିତ୍ସା ପାଆନ୍ତୁ। ଏବଂ ନୟାଗଡ ଜିଲ୍ଲା ବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। ଘରେ ରୁହନ୍ତୁ ଓ ନିଜେ ସୁରକ୍ଷିତ ରହି ଅନ୍ୟକୁ ସୁରକ୍ଷିତ ରଖନ୍ତୁ।






