ନବରଙ୍ଗପୁର, (ବାଘୁଆବାର୍ତ୍ତା): ଲାଞ୍ଚ ନେଇ ଧରାପଡ଼ିଲେ ଏଆରଆଇ। ସାନମାସିଗାଁ ଏଆରଆଇ-ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର ଜଗଦ୍ଦିଶ ବେହେରା ଧରାପଡ଼ିଛନ୍ତି। ୫ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଗିରଫ କରିଛି। ଏଆରଆଇ ଲାଞ୍ଚ ମାଗିଥିବା ନେଇ ସାନମସିଗାଁର ବୈଜୟନ୍ତୀ ଭତରା ଅଭିଯୋଗ କରିଥିଲେ। ଜଗଦ୍ଦିଶ ବେହେରାଙ୍କ ୨ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଚଢାଉ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।





