ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ନିର୍ବାଚନ ମଣ୍ଡଳୀର ଯେଉଁ ଶ୍ରମିକମାନେ ବାହାର ରାଜ୍ୟରେ ଲକ୍ଡାଉନ୍ ଯୋଗୁଁ ଫଶି ରହିଛନ୍ତି, ସେମାନଙ୍କୁ ପାଖକୁ ସହୟତାର ହାତ ବଢ଼ାଇଛନ୍ତି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ବିଭିନ୍ନ ପଂଚାୟତର ଜନପ୍ରତିନିଧିଙ୍କ ମାଧ୍ୟମରେ ସେମାନଙ୍କ ନିକଟକୁ ମନ୍ତ୍ରୀ ଆର୍ଥିକ ସହାୟତା ପଠାଇଥିବା ଜଣାଯାଇଛି । ସେଠାରେ ସେମାନେ ଅସୁବିଧାର କାଳିତିପାତ କରୁଥିବା ଜାଣିବା ପରେ ମନ୍ତ୍ରୀ ସେମାନଙ୍କ ସହ କିଭଳି ଯୋଗାଯୋଗ କରାଯିବ ସେ ନେଇ କିଛି ଦିନ ତଳେ ଏକ ବୈଠକ କରିଥିଲେ । ଏହାପରେ ବାଲୁଗାଁ ପଂଚାୟତରୁ କାଶ୍ମୀରରେ ଥିବା କିଛି ଶ୍ରମିକଙ୍କ ନିକଟକୁ ଆର୍ଥୀକ ସହାୟତା ପଠା ଯାଇଥିବା ବେଳେ କାଳିକାପ୍ରସାଦର କଲିକତାରେ ରହିଥିବା ଶ୍ରମି, ନୋତରର ବାଙ୍ଗାଲୋରରେ ରହିଥିବା ଶ୍ରମିକ, କେନ୍ଦୁଢିପିର ସୁରାଟରେ ରହିଥିବା ଶ୍ରମିକ, ନାଟୁଗାଁର କେରଳରେ ରହିଥିବା ଶ୍ରମିକଙ୍କ ପାଖକୁ ଆର୍ଥୀକ ସହାୟତା ପଠାଯାଇଥିବା ଜଣାଯାଇଛି । ସେହିଭଳି ବିରୁଡ଼ା ଓ ଭାଟସାହି ପଂଚାୟତର ସରପଂଚଙ୍କମାନେ ବାହାରେ ରହିଥିବା ଶ୍ରମିକଙ୍କ ପାଖକୁ ଆର୍ଥୀକ ସହାୟତା ପଠାଇଥିବା ଜଣାପଡ଼ିଛି । ଏହି ପ୍ରରିପ୍ରେକ୍ଷିରେ ଭାଟସାହି ସରପଂଚ କିଶୋର ସାହୁ ବାହାରେ ରାଜ୍ୟରେ ଥିବା ୬୦ ଲୋକଙ୍କୁ ଆର୍ଥୀକ ସହାୟତା ପ୍ରଦାନ କରିଥିବା ଜଣାଯାଇଛି ।






