ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ରକ୍ତ ଭଣ୍ଡାରରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଜୀବନବିନ୍ଦୁ ମାଧ୍ୟମରେ ରକ୍ତସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ସ୍ଥାନୀୟ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନିର୍ଦ୍ଦେଶରେ ଗତ ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ରକ୍ତ ସଂଗ୍ରହ ପ୍ରକ୍ରିୟା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଜୀବନବିନ୍ଦୁ ମାଧ୍ୟମରେ ଏହି ରକ୍ତସଂଗ୍ରହ କାର୍ଯ୍ୟକ୍ରମ ଚାଲୁ ରହିଛି । ଖରାଦିନେ ରକ୍ତର ଅଭାବ ଦେଖାଯାଇଥିବାରୁ ଡ. ସାହୁ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ରକ୍ତଦାନ ପାଇଁ ଅନୁରୋଧ କରିଥିଲେ । ଗୋଟିଏ ପକ୍ଷରେ ସାମାଜିକ ଦୂରତା ପାଳନ ନିମନ୍ତେ ଦୈନିକ ୨୦ ୟୁନିଟ୍ ରକ୍ତ ଦେବାପାଇଁ ନିଷ୍ପତ୍ତି କରାଯାଇଥିବା ବେଳେ ଏବେ ପ୍ରତ୍ୟେକ ପଞ୍ଚାୟତରୁ ରକ୍ତ ଦାନ କରିବା ପାଇଁ ଯୁବଗୋଷ୍ଠୀ ବ୍ୟାକୁଳ ହେଉଛନ୍ତି । ଆଜିର ଦିବସରେ ନୋତର ପଞ୍ଚାୟତ ପକ୍ଷରୁ ୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଗମ୍ଭାରିଡିହିି ପଞ୍ଚାୟତ ପକ୍ଷରୁ ୫ ୟୁନିଟ୍, ଲାଠିପଡ଼ା ପଞ୍ଚାୟତ ପକ୍ଷରୁ ୬ ୟୁନିଟ୍, ଇକିରି ପଞ୍ଚାୟତ ପକ୍ଷରୁ ୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ମୋଟ ୨୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ବିଜୁ ଯୁବବାହିନୀ, ଛାତ୍ରବିଜେଡି, ଯୁବ ବିଜେଡିମାନଙ୍କ ମିଳିତ ଉଦ୍ୟମରେ ଏହି ରକ୍ତଦାନ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ସମାଜସେବୀ ନିରଞ୍ଜନ ବିଧାର, ପୂର୍ଣ୍ଣଚନ୍ଦ୍ର ନାୟକ, ଅଜିତ୍ ପ୍ରସାଦ ସାହୁ, ବିଜୁ ଯୁବବାହିନୀର ଜିଲ୍ଲା ସଂଯୋଜକ ଦୁର୍ଯ୍ୟୋଧନ ବେହେରା, ବ୍ଲକ୍ ସଂଯୋଜକ ମନୋଜ କୁମାର ନାୟକ, ଯୁବ ବିଜେଡି ପକ୍ଷରୁ ରମେଶ କୁମାର ସାହୁ, ବ୍ଲକ୍ ଉପାଧ୍ୟକ୍ଷ ସୁବାଷ କହଁର, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ପୂର୍ବତନ ଏନ୍ଏସି ଚେୟାରମ୍ୟାନ୍ ଗୁରୁପ୍ରସାଦ ଜେନା, ସମାଜସେବୀ ଦାମୋଦର ସାହୁ, ପୂର୍ବତନ କାଉନ୍ସିଲର ଜାନକୀବଲ୍ଲଭ ଜେନା ପ୍ରମୁଖ ଯୋଗଦେଇ ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ପରିଚାଳନ କରିଥିଲେ ।






