ଜଟଣୀ, (ବାଘୁଆବାର୍ତ୍ତା): ଅଭିଯୁକ୍ତକୁ କାବୁ କଲା ପୋଲିସ । ଜଟଣୀରେ ସପିଙ୍ଗ ମଲ ଓ ଜୁଏଲାରୀ ଦୋକାନରୁ ଚୋରି କରିଥିବା ଅଭିଯୁକ୍ତକୁ ଧରିଲା ଜଟଣୀ ପୋଲିସ । ସିସିଟିଭି ଭିଜୁଆଲ ଆଧାରରେ ଚୋରଙ୍କୁ ଧରିଛି ପୋଲିସ । ଗତ ୨୧ ତାରିଖ ଜଟଣୀ ମୁନିସିପାଲିଟି ଛକରେ ଥିବା ବାଲାଜୀ ସଂଫିଙ୍ଗ ମଲ ଓ ୨୪ ତାରିଖରେ ଜଟଣୀ ମେଡିକାଲ ଛକ ଠାରେ ଥିବା ସାଇ ଜୁଏଲାରୀର ସଟର ତାଡି ଚୋରି କରିଥିଲେ । ଯାହାର ସମସ୍ତ ଭିଜୁଆର ସିସିଟିଭିରେ କଏଦ ହୋଇଛି । ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ପରେ ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ବିଶ୍ବନାଥ ଚୋରି କରିଥିବା ନେଇ ପୋଲିସ ଆଗରେ ସ୍ୱୀକାର କରିଥିବା ବେଳେ ତା ଠାରୁ ୭ ହଜାର ୫ଶହ ଟଙ୍କା, ଅଳଙ୍କାର ଏବଂ ଶାବଳ ଜବତ କରିଛି ପୋଲିସ ।





