ନୟାଗଡ଼,(ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅଧୀନ କଣ୍ଟିଲୋ ଗ୍ରାମର ସ୍ମଶାନ ତୁଠରେ ମହାନଦୀରେ ବୁଡି ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ଆସିଥିବା ଜଣେ ଶିକ୍ଷକ ଆଜି ସକାଳ ୭ଟାରେ କଣ୍ଟିଲୋ ମହାନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଜଣେ ଛାତ୍ର ନଦୀରେ ବୁଡ଼ି ଯାଉଥିବା ଶିକ୍ଷକ ଦେଖି ଉଦ୍ଧାର ପାଇଁ ନଦୀ ଭିତରେ ପଶିଥିଲେ । ଅଜାଣତରେ ଗଭୀର ଜଳ ଭିତରକୁ ସେ ଚାଲି ଯାଇଥିଲେ। ଫଳରେ ପାଣିରେ କିଛି ସମୟ ପାଇଁ ନିଖୋଜ ହୋଇଯାଇଥିଲେ। ଛାତ୍ରକୁ ସ୍ଥାନୀୟ ଲୋକମାନେ ଦେଖି ଉଦ୍ଧାର କରି ପାରିଥିଲେ। କିନ୍ତୁ ଶିକ୍ଷକଙ୍କୁ ବହୁ ସମୟ ଖୋଜାଖୋଜି କଲାପରେ ଅଚେତ ଅବସ୍ଥାରେ ପାଇଥିଲେ। ତୁରନ୍ତ ତାଙ୍କୁ ମେଡିକାଲ ନେଲାପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।






