ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭିଜିଲାନ୍ସ ପଞ୍ଝାରେ ପଡିଲେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲା। ସକାଳୁ ସକାଳୁ ଘରେ ଚଢ଼ଉ କଲା ଭିଜିଲାନ୍ସ ଟିମ୍। ଏକାସାଙ୍ଗରେ ୯ଟି ଜାଗାରେ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ଟିମ୍ରେ ୨ ଜଣ ଡିଏସ୍ପି, ୧୪ ଇନ୍ସପେକ୍ଟର ଓ ୬ ଜଣ ଏଏସ୍ଆଇ ଓ ଅନ୍ୟ ଅଧିକାରୀ ବିଭିନ୍ନ ଜାଗରେ ଚଢ଼ାଉ କରିଛନ୍ତି। ସୂଚନା ମୁତାବକ, ଆଜି ସକାଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଡେପୁଟି କଲେକ୍ଟର ଘରେ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍। ଡେପୁଟି କଲେକ୍ଟ ଚିତ୍ତରଞ୍ଜନ ପିଲ୍ଲାଙ୍କ ବାସଭବନ ସମତେ ୯ ଟି ଜାଗାରେ ରେଡ ଜାରି ରହିଛି। ତେବେ ଚଢାଉ ହେଉଥିବା ସ୍ଥାନଗୁଡିକ ମଧ୍ୟରେ ଭୁବନେଶ୍ୱର ୩ଟି ସ୍ଥାନ, ବାଲେଶ୍ୱରର ୩ଟି ସ୍ଥାନ, ଜଗତସିଂପୁରରେ ୨ଟି ସ୍ଥାନ ସହ ସୋନପୁରରେ ଅସ୍ଥାୟୀ ବାସଭବନ ଚଢ଼ଉ କରୁଛନ୍ତି ଭିଜିଲାନ୍ସ ଟିମ୍।





