ନୟାଗଡ଼, (ବାଘୁଆବାର୍ତ୍ତା) : କରୋନା କଟକଣା ସମୟରେ ପ୍ରଶାସନ ଏଥିପାଇଁ ବ୍ୟସ୍ତ ବିବ୍ରତ ଥିବା ବେଳେ ଜଣେ ଜିଆର୍ଏସ୍ ଓଡ଼ଗାଁ ମହିଳା ବିଡିଓଙ୍କୁ ସୋସିଆଲ୍ ମିଡିଆ
ହା୍ୱଟସଆପ୍ ମାଧ୍ୟମରେ ଦୃଶ୍ୟଶ୍ରାବ୍ୟ ଅଶ୍ୱୀଳ ମେସେଜ ଦେଇ ଗିରଫ ହୋଇଥିବା ଜଣାଯାଇଛି । ଅଭିଯୁକ୍ତ ଜଣଙ୍କ ଶରଣକୂଳ ପଂଚାୟତରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ ଦିବାକର
ମିଶ୍ର । ସୂଚନାନୁସାରେ, ଓଡ଼ଗାଁ ବିଡିଓ ସ୍ୱାତୀଲେଖା ଦାଶଙ୍କୁ ଗତକାଲି ରାତିରେ ଅଶ୍ୱୀଳ ମେସେଜ ଦେଇଥିଲେ । ଏନେଇ ଆଜି ବିଡିଓ ଶରଣକୂଳ ଥାନାରେ ଏତଲା ଦେବା ପରେ
ପୁଲିସ ୪୩/୨୦ରେ ମାମଲା ରୁଜୁକରି ଜିଆର୍ଏସ୍ଙ୍କୁ ଗିରଫ କରିଛି । ଅନ୍ୟପକ୍ଷେ, ଜିଆରଏସ୍ ଜଣଙ୍କ ଘର ଏହି ଥାନା ଅନ୍ତର୍ଗତ ପଦ୍ମାଦେଇପୁର ବୋଲି ଜଣାପଡ଼ିଛି ।