Tuesday, November 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାକିସ୍ତାନରେ ଆର୍ଥିକ ସ୍ଥିତି ଦୟନୀୟ

by ସଞ୍ଜୟ ସ୍ୱାଇଁ
December 22, 2022
in NATIONAL NEWS, WORLD
ପାକିସ୍ତାନରେ ଆର୍ଥିକ ସ୍ଥିତି ଦୟନୀୟ
103
VIEWS
Share on FacebookShare on Twitter

ନୁଆଦିଲ୍ଲୀ, (ବାଘୁଆବାର୍ତ୍ତା): ପାକିସ୍ତାନରେ ଆର୍ଥିକ ଅବସ୍ଥା ଦିନକ ପରେ ଦିନ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପହଂଚି ସାରିଲାଣି । ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାରର ସ୍ଥିତି ସର୍ବ ନିମ୍ନ ସ୍ତରକୁ ପହଂଚି ସାରିଛି । ଏହି କାରଣରୁ ପାକିସ୍ତାନରେ ଔଷଧ ମଧ୍ୟ ଉପଲବ୍ଧ ହେଉ ନାହିଁ । ପାକିସ୍ତାନର ଲୋକ ମାନଙ୍କର ସବୁଠାରୁ ବଡ ସମସ୍ୟା ହେଲା ଯେ ସେଠାରେ ବର୍ତମାନ ଲାଇଫ ସେଭିଂ ଡ୍ରଗ୍ସ ଅର୍ଥାତ ଜୀବନ ରକ୍ଷକ ଔଷଧ ମଧ୍ୟ ପାକିସ୍ତାନରେ ନାହିଁ । ଯଦି ସରଳ ଅର୍ଥରେ ବୁଝିବା ତେବେ ଡାଇବେଟିସର ରୋଗୀ ମାନଙ୍କ ପାଇଁ ପାକିସ୍ତାନରେ ଇନସୁଲିନ ମିଳିବା କଷ୍ଟକର ହୋଇଯାଇଛି । ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ପାକିସ୍ତାନର ରାଜକୋଷରେ ବର୍ତମାନ ମାତ୍ର ୬.୭ ବିଲିୟନ ଡଲାରର ବିଦେଶୀ ମୁଦ୍ରା ରହିଛି । ଏହି ମୁଦ୍ରାକୁ ପାକିସ୍ତାନ ବ୍ୟବହାର କରି ପାରିବ ନାହିଁ, କାରଣ ଅନ୍ୟ ଦେଶ ମାନେ ଏହାକୁ ଗାରଂଟୀ ଡିପୋଜିଟ କରାଇଛନ୍ତି । ଏହି କାରଣରୁ ପାକିସ୍ତାନ ଭାରତ ସମେତ ଅନ୍ୟ ଦେଶ ମାନଙ୍କରୁ ର ମେଟରିଆଲ କିମ୍ବା ରେଡିମେଡ ମେଡିସିନ କିଣି ପାରୁ ନାହିଁ । ପାକିସ୍ତାନରେ ଯେତେ ମାତ୍ରାରେ ଔଷଧ ରହିଛି ସେଗୁଡିକର କଳବଜାରୀ ଆରମ୍ଭ ହୋଇ ଗଲାଣି । ୪୦ ଟଙ୍କାର ଟ୍ୟାବଲେଟ ଷ୍ଟ୍ରିପ ଏବେ ଦୁଇ ଗୁଣା ମୂଲ୍ୟରେ ବ୍ଲାକରେ ବିକ୍ରି ହେଉଛି । ଫାର୍ମା ସେକ୍ଟର ସହିତ ଜଡିତ ଲୋକ ମାନଙ୍କ କହିବା ଅନୁସାରେ ଯଦି ଶୀଘ୍ର ଔଷଧ ଆମଦାନୀ କରା ନ ଯାଏ ତେବେ ପାକିସ୍ତାନରେ ଖୁବ କମ ଦିନ ମଧ୍ୟରେ ଭୟଙ୍କର ସ୍ଥିତି ଉତ୍ପନ୍ନ ହେବ । ପାକିସ୍ତାନୀ ଦୈନିକ ସମ୍ବାଦପତ୍ର ଡେଲି ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଫାର୍ମାସିଟିକାଲ କମ୍ପାନୀ ମାନେ ମଧ୍ୟ ଔଷଦ ଗୁଡିକର ମୂଲ୍ୟ ବଢାଇ ଦେଇଛନ୍ତି । ଏହାର କାରଣ ହେଲା ଯେ ପାକିସ୍ତାନରେ ଖୁବ ମାତ୍ରାରେ ଔଷଧ ତିଆରି ହୋଇଥାଏ । ଏହି ଔଷଧ ଗୁଡିକର କଂଚାମାଲ ମଧ୍ୟ ଭାରତ, ଚୀନ ଓ ଆମେରିକାରୁ ଆସିଥାଏ । ସରକାରଙ୍କ ରାଜକୋଷ ଖାଲି ଥିବା କାରଣରୁ ଆମଦାନୀ ପାଉଁ କୋଷ ବା ଲାଇନ ଅଫ କ୍ରେ଼ଡିଟ ମଧ୍ୟ ମିଳି ପାରୁ ନାହିଁ। ତେଣୁ ଔଷଧ ଗୁଡିକର ଅଭାବ କ୍ଷୀପ୍ର ଗତିରେ ବଢିବାରେ ଲାଗିଛି । ରିପୋର୍ଟରେ ଆହୁରି କୁହାଯାଇଛି ଯେ କଳାବଜାରୀ କାରଣରୁ ଆହୁରି ସ୍ଥିତି ସଂଗୀନ ହୋଇଯାଇଛି । ଅନେକ କମ୍ପାନୀ ଅଧିକ ମୁନାଫା କମାଇବା ପାଇଁ ମେଡିସିନକୁ ଷ୍ଟକ କରି ରଖୁଛନ୍ତି । ଏହା ଦ୍ୱାରା ସାଧାରଣ ଲୋକ ମାନଙ୍କ ମିଳି ପାରୁ ନାହିଁ । ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ ଅନେକ ବିଦେଶୀ ଫାର୍ମାସିଟିକାଲ କମ୍ପାନୀ ପାକିସ୍ତାନ ଛାଡି ସାରିଛନ୍ତି ଓ ଅନ୍ୟ କିଛି ଛାଡି ଚାଲିଯିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଏହା ଦ୍ୱାରା ପାକିସ୍ତାନରେ ସ୍ଥିତି ଆହୁରି ଖରାପ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!