ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ତାଜା ଖବର । ମହିପୁର ପାଟୁଳିସାହି ମର୍ଡର କେସର ଅଭିଯୁକ୍ତ ଆତ୍ମସମର୍ପଣ କରିଥିବା ଜଣାପଡିଛି । ବାଡେଇ ବାଡେଇ ହତ୍ୟା କରିବା, ପରେ ଶବକୁ ନେଇ ପୋଡିବା ଏବଂ ହାଡକୁ ନେଇ ପୋଖରୀରେ ପକାଇ ଜଙ୍ଘନ୍ୟ ହତ୍ୟାକାଣ୍ଡର ଚରୟୀତା ଥିବା ଦିପୁ ସାହୁ ଓ ତାଙ୍କ ବାପା ଫେରାର ଥିଲେ । ଆଜି ସକାଳୁ ସକାଳୁ ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡାଝୋଲା ଫାଣ୍ଡିକୁ ଯାଇ ଆତ୍ମସମର୍ପଣ କରିଥିବା ଜଣାପଡିଛି । ସୂଚନାନୁସାରେ, କଟକରେ ଦହିବରା ବିକ୍ରି କରୁଥିଲେ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ମହିପୁର ପାଟୁଳିସାହିର ଦିପୁ ସାହୁ ଓ ତାଙ୍କ ଧର୍ମପତ୍ନୀ ସୁନିତା ସାହୁ । ଦହିବରା ବିକ୍ରି କରୁଥିବା ପରେ କଟକର ଶୈଳେନ୍ଦ୍ର ନାଥ ଜେନାଙ୍କ ସହ ସୁନିତା ସାହୁଙ୍କ ପ୍ରେମ ସଂପର୍କ ଗଢି ଉଠିଥିଲା । ପରବର୍ତ୍ତ ସମୟରେ ଶୈଳେନ୍ଦ୍ର ଓ ଦିପୁ ମଧ୍ୟରେ ଝଗଡା ଲାଗିଥିଲା । ପରେ ଦିପୁ ସାହୁ ଓ ସୁନିତା ସାହୁ ନିଜ ଗାଁ ପାଟୁଳିସାହିକୁ ଆସିଥିଲେ ମଧ୍ୟ ସୁନିତା ଓ ଶୈଳେନ୍ଦ୍ରଙ୍କ ପ୍ରେମ ସଂପର୍କ ନିବିଡ ହେବାରେ ଲାଗିଥିଲା । ତେଣୁ ଶୈଳେନ୍ଦ୍ରକୁ ରାସ୍ତାରୁ ହଟାଇବା ପାଇଁ ସ୍ତ୍ରୀର ସହାୟତାରେ ଶୈଳେନ୍ଦ୍ରକୁ ନିଜଘରକୁ ଡାକି ବାଡେଇ ବାଡେଇ ହତ୍ୟା କରି ପୋଡି ଦେଇଥିଲେ । ଏନେଇ ଶୈଳେନ୍ଦ୍ର ସ୍ତ୍ରୀ ନୂଆଗାଁ ଥାନାରେ ଅଭିଯୋଗ କରିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା । ସୁନିତା ସାହୁ, ଦିପୁ ସାହୁ, ସହଯୋଗୀ ସୁରିଆ ସାହୁ, ଓ ଦିପୁର ବାପା ମିଶିକି ହତ୍ୟା କରିଥିଲେ । ପୋଲିସ୍ ତଦନ୍ତ କରି ପୁର୍ବରୁ ସୁରିଆ ସାହୁ ଓ ଦିପୁ ସାହୁର ଧର୍ମପତ୍ନୀ ସୁନିତା ସାହୁକୁ ପୋଲିସ୍ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଦିପୁ ସାହୁ ଓ ତାଙ୍କ ବାପା ଫେରାର ହୋଇଯାଇଥିଲେ । ନୟାଗଡ଼ ପୋଲିସ୍ ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଇ ଜାରି ରଖିଥିବା ଯୋଗୁଁ ଅଭିଯୁକ୍ତମାନେ ଅସ୍ତବ୍ୟସ୍ତ ହୋଇ ଆଜି ସକାଳୁ ଓଡ଼ଗାଁ ଥାନା ଅଧିନରେ ଥିବା ବାହାଡାଝୋଲା ଫାଣ୍ଡିରେ ଯାଇ ଆତ୍ମସମର୍ପଣ କରିଥିବା ନେଇ ସୂଚନା ମିଳିଛି ।





