Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ

by ସଞ୍ଜୟ ସ୍ୱାଇଁ
December 21, 2022
in Feature News, Nayagarh
ନୟାଗଡ଼ ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ
328
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାଗୃହ ସୃଜନରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସମସ୍ତ ବିକାଶ ମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦେଇ ଯଥା ଶୀଘ୍ର ଶେଷ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇ ବୈଠକ ଶୁଭାରମ୍ଭ କରିଥିଲେ। ବିଧାୟକ ଡ. ସାହୁ ପ୍ରଥମେ ଓଡ଼ଗାଁ ବ୍ଲକ କାର୍ଯ୍ୟର ସମୀକ୍ଷା କରିଥିଲେ। ବିଡିଓ ନରେଗା ଓ ଅନ୍ୟାନ୍ୟ କାମ ନେଇ ରହିଥିବା ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ। ଅଙ୍ଗନବାଡ଼ି ଗୃହ ନିର୍ମାଣ ମନ୍ଥର ଗତିରେ ଚାଲିଥିବାରୁ ଜିଲ୍ଲାପାଳଙ୍କୁ ସମୟ ନିର୍ଧାରଣ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ। ନୟାଗଡ଼ ପୌର ପରିଷଦରେ ମୁକ୍ତା ଯୋଜନା କାର୍ଯ୍ୟରେ ସମସ୍ୟା, ମିଶନ ଶକ୍ତି ଗୃହ, ଅଙ୍ଗନୱାଡି ଗୃହ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ପଠାଣି ସାମନ୍ତ ପ୍ରେକ୍ଷାଳୟ, ଜିଲ୍ଲା ପାଠାଗାର ଟ୍ରାନ୍ସଫର୍ମର ସମ୍ପର୍କରେ ବିଦ୍ୟୁତ୍ ବିଭାଗ ସହ ଆଲୋଚନା ହୋଇଥିଲା। ନୟାଗଡ଼ ପୌର ପରିଷଦ ଅଧିନରେ ପାନୀୟ ଜଳ ଯୋଗାଣ ପାଇଁ ରାସ୍ତା ନଷ୍ଟକୁ ନେଇ ଉଦବେଗ ପ୍ରକାଶ ପାଇଥିଲା। ନିମ୍ନମାନର କାମ ହେଉଥିବା ନେଇ ପିଏଚଡିକୁ ଚେତାବନୀ ଦିଆ ଯାଇଥିଲା। ମେଗା ୱାଟର ପ୍ରୋଜେକ୍ଟ ମନ୍ଥର ଗତିକୁ ନେଇ ଆଲୋଚନା ହୋଇଥିଲା। ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳ ସମସ୍ୟା ସୃଷ୍ଟି ନହେବା ଉପରେ ବିଧାୟକ ଗୁରୁତ୍ଵ ଦେଇଥିଲେ। ସ୍ୱାସ୍ଥ୍ୟ ବିଭାଗ ସମସ୍ୟା ସମ୍ପର୍କରେ ଆଲୋଚନା ବେଳେ ମହାନଦୀ ପାଣି ପାଇଁ ଡାୟାଲସିସ କେନ୍ଦ୍ରରେ ସମସ୍ୟା ସୃଷ୍ଟି ହେଉଥିବା ଆଲୋଚନା ହୋଇଥିଲା। ଖୁବଶୀଘ୍ର ପାଣି ସମସ୍ୟା ସମାଧାନ ପାଇଁ ପିଏଚଡି ସହ ଆଲୋଚନା ହୋଇଥିଲା। ବଡ଼ପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନୂଆ କୋଠା ପାଇଁ ସ୍ଥାନର ଆବଶ୍ୟକତା ରହିଥିବା ସିଡିଏମଓ କହିଥିଲେ। ପୂର୍ତ୍ତ ବିଭାଗ ଅଧିନସ୍ଥ ଏକ ସ୍ଥାନ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯିବା ପାଇଁ ଆଲୋଚନା ହୋଇଥିଲା। ଜଳସେଚନ ବିଭାଗ ସମୀକ୍ଷା ସମୟରେ କୁସୁମୀ ପ୍ରକଳ୍ପ ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ନଦୀରେ ପାଣି ଥିବାରୁ କାମ ବିଳମ୍ବ ହେଉଥିବା ନିର୍ବାହ ଯନ୍ତ୍ରୀ ସୂଚନା ଦେଇଥିଲେ। ମେ ସୁଦ୍ଧା କାମ ତ୍ୱରାନ୍ୱିତ କରିବା ପାଇଁ ବିଧାୟକ ପରାମର୍ଶ ଦେଇଥିଲେ। ଏଥି ସହିତ ଡାହୁକ କେନାଲ ମରାମତି ଉପରେ ଆଲୋଚନା ହୋଇଥିଲା। ଶିକ୍ଷା ବିଭାଗକୁ ଆସିଥିବା ଅନୁଦାନ ସମ୍ପର୍କରେ ଶିକ୍ଷା ଅଧିକାରୀ ସୂଚନା ଦେବା ପରେ ୫ଟି ରୂପାନ୍ତରିତ ବିଦ୍ୟାଳୟ ସମ୍ପର୍କରେ ଆଲୋଚନା ହୋଇଥଲା। ମତ୍ସ୍ୟ ବିଭାଗ, ଉଦ୍ୟାନ ବିଭାଗ, ବନ ବିଭାଗ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା ହୋଇଥଲା। ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟ ଆଲୋଚନା ବେଳେ ରାସନ କାର୍ଡରେ ନୂଆ ନାଁ ସଂଯୋଗ ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲାରେ ଅନେକ ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଉଠିବା ଓ ଏହାକୁ ନେଇ ଲୋକାୟୁତରେ ମାମଲା ଚାଲିବାକୁ ନେଇ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିଥିଲେ। ଫାସିପଡ଼ା ଓ ଗମ୍ଭାରିଡିହି ବ୍ରିଜ କାମରେ ବ୍ଲାଷ୍ଟିଂ ସମସ୍ୟା ରହିଥିବା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଥିଲେ। କିଛି ରାସ୍ତା ନିର୍ମାଣରେ ଜଙ୍ଗଲ ବିଭାଗ ଅନୁମତି ସମସ୍ୟା ସୃଷ୍ଟି କରୁଥିବା ନେଇ ଆଲୋଚନା ହୋଇଥିଲା। କୃଷି ବିଭାଗର ବିଭିନ୍ନ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିାରୀ ଗାଇ ଓ ଗୋରୁମାନଙ୍କ ଚର୍ମ ବିଣ୍ଡି ରୋଗ ସମ୍ପର୍କରେ ଆଲୋକପାତ କରିବା ସହ ଟୀକା ମହଜୁଦ ଥିବା କହିଥିଲେ। ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ଉନ୍ନୟନ କାମ ବିଳମ୍ବକୁ ନେଇ ଆଲୋଚନା ହୋଇଥଲା। ନିର୍ମାଣ ଶ୍ରମିକଙ୍କ ପଡ଼ି ରହିଥିବା ଆବେଦନ ଗୁଡ଼ିକ ତୁରନ୍ତ ବିଚାର କରି ପ୍ରଦାନ କରିବା ଉପରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ସହାୟତା ରାଶି ବଣ୍ଟନ କରିବାକୁ କହିଥିଲେ । ତୁରନ୍ତ ଶ୍ରମ କାର୍ଯ୍ୟାଳୟକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ସ୍ଥାନାନ୍ତରିତ କରିବାକୁ ପରାମର୍ଶ ଦିଆଯାଇଥିଲା। ନୂଆବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେଉ ନଥିବା ପ୍ରସଙ୍ଗ ଆଲୋଚନା ହୋଇଥଲା। ପର୍ଯ୍ୟଟନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ଉପରେ ଆଲୋଚନା ହୋଇଥିଲା। ବିଧାୟକ ଡ. ସାହୁ ସମୟରେ ଉନ୍ନୟମୂଳକ କାର୍ଯ୍ଯ କରିବା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ବୈଠକର ଅନ୍ୟମାନଙ୍କ ମଧ୍ୟରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ବିରଜା ଲକ୍ଷ୍ମୀ ସାହୁ, ଝିଲ୍ଲି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!