କଟକ, (ବାଘୁଆବାର୍ତ୍ତା): ଚୌଦ୍ଵାର ଅବକାରୀ ଥାନା ହାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ। ମୃତକ ଜଣକ ହେଲେ ମହିଂଶାଲଣ୍ଡାର ଶରତ ପ୍ରଧାନ। ମଙ୍ଗଳବାର ରାତିରେ ସ୍ଥାନୀୟ ଅବକାରୀ ଥାନା କର୍ମଚାରୀ ଗୁରୁଡ଼ିଝଟିଆ ଥାନା ଅଞ୍ଚଳରୁ ଶରତଙ୍କୁ ଗିରଫ କରି ଆଣି ହାଜତରେ ରଖିଥିଲା। ମାତ୍ର ବିଳମ୍ବିତ ରାତିରେ ଅବକାରୀ କର୍ମଚାରୀ ଶରତଙ୍କୁ ନେଇ SCB ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶରତଙ୍କ ଶରୀରରୁ ରକ୍ତ ବାହାରୁଥିବାରୁ ହାଜତରେ ଅବକାରୀ କର୍ମଚାରୀ ତାଙ୍କୁ ପିଟି ପିଟି ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଆଜି ମୃତଦେହ ବ୍ୟବଚ୍ଛେଦ କରାଯିବ। ମୃତକଙ୍କ ପରିବାର ଲୋକ ଏନେଇ ଚୌଦ୍ଵାର ଥାନାରେ ଏତଲା ଦାୟର କରିଛନ୍ତି।





