Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିଶୁଯତ୍ନ ଅନୁଷ୍ଠାନ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ଖେଳ କୁଦ ପ୍ରତିଯୋଗୀତା ‘ଉତ୍ସାହ-୨୦୨୨’

by ସଞ୍ଜୟ ସ୍ୱାଇଁ
December 19, 2022
in Sports, State
ଶିଶୁଯତ୍ନ ଅନୁଷ୍ଠାନ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ଖେଳ କୁଦ ପ୍ରତିଯୋଗୀତା ‘ଉତ୍ସାହ-୨୦୨୨’
47
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ବାରା ଆୟୋଜିତ ଜିଲ୍ଲା ସ୍ତରୀୟ ଖେଳ କୁଦ ପ୍ରତିଯୋଗୀତା ‘ଉତ୍ସାହ-୨୦୨୨’ ଗତ ତା ୧୭.୧୨.୨୦୨୨ ରିଖ ରେ ବାଗୁରାଇ ଉଚ୍ଚ ବିଦ୍ୟାଳୟ ଖେଳ ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଖେଳ କୁଦ କାର‌୍ୟ୍ୟ କ୍ରମ ରେ ଭଦ୍ରକ ଜିଲ୍ଲା ର ନଅ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ର ଶିଶୁ ମାନେ ଅଂଶ ଗ୍ରହଣ କରି ସେମାନଙ୍କର ଖେଳ ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ । ପ୍ରାରମ୍ଭିକ ଉଦ୍ଘାଟନୀ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ଅଧକ୍ଷ ଡା ଦେବରାଜ ପାଣିଗ୍ରାହୀ, ଅନ୍ୟତମ ମୁଖ୍ୟ ଅତିଥ୍ ପୂର୍ବତନ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧକ୍ଷ ଡା ସୁଦର୍ଶନ ବାରିକ, ସମ୍ମାନିତ ଅତିଥି ଭାବେ ଶିଶୁ ମଙ୍ଗଳ ସମିତି ର ସଭ୍ୟ/ସଭ୍ୟା ତଥା ନବୀନ ସାହୁ, ଭାରତୀ ଦାଶ ଓ ଅନ୍ୟତମ ସନମାନିତ ଅତିଥି ଭାବେ ବାଗୁରାଇ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମଧ୍ୟ ଯୋଗଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ କାର‌୍ୟ୍ୟ କ୍ରମ ପରିଚାଳନା କରିଥିଲେ । ବକ୍ତା ମାନେ ଶିଶୁ ଯତ୍ନ ଅନୁଷ୍ଠାନ ର ଶିଶୁ ମାନଙ୍କୁ ଖେଳର ଉପକାରିତା ଓ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ ଏବଂ ଏବଂ ଉତ୍ତମ ପ୍ରଦର୍ଶନ କରି ଭବିଷ୍ୟତରେ ଆଗକୁ ବଢିବା ପାଇଁ କାମନା କରିଥିଲେ । ଭଦ୍ରକ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ମାନଙ୍କ ପ୍ରତେକ୍ଷ ତତ୍ୱାବଧାନରେ ସାତ ଗୋଟି ଖେଳ ପ୍ରତିଯୋଗୀତା ତଥା ୧୦୦ ଓ ୨୦୦ ମିଟର ଦୌଡ, ଲମ୍ବ ଡିଆଁ, ଭଡା ଡିଆଁ, କାରମ, ଚେସ ଓ ଫୁଟ ବଲ ଇତ୍ୟାଦି ପ୍ରତିଯୋଗୀତା ବାଳିକା ଓ ବାଳକ ବିଭାଗ ମାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଅଛି ।

ଭଦ୍ରକ ଜିଲ୍ଲା ର ଶିଶୁଯତ୍ନ ଅନୁଷ୍ଠାନ ତଥା ଗାନ୍ଧୀ ଓଡିଶା ବଳାଶ୍ରମ, ଯୋଗିରୁଷି ଜନ୍ମମନ ଦାସ ଶିଶୁ ଆଶ୍ରମ, ଶାନ୍ତି ଆଶ୍ରମ, ଉତ୍କଳମଣି ଦରିଦ୍ର ନାରାୟଣ ସେବା ମନ୍ଦିର, ମହାପୁରୁଷ ଆଶ୍ରମ, ସୋସାଇଟୀ ଫର ଉଇକର କମୁନିଟି, ମାନବସେବା କନ୍ୟା ଆଶ୍ରମ ଆଦିର ଶିଶୁ ମାନେ ଅଂଶ ଗ୍ରହଣ କରି ସେମାନଙ୍କର କ୍ରିଡା ନୈପୁଣ୍ୟ ର ଉଚ୍ଚତମ ପ୍ରଦର୍ଶନ କରିଥିଲେ । ଉଦନ୍ତୋପନୀ ସଭାରେ ଭଦ୍ରକ ସହକାରୀ ଜିଲ୍ଲାପାଳ ବାସନ୍ତୀ ଲତା ସାମଲ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ରାଜ୍ୟ ସ୍ତରରେ ଭାଗ ନେଇ ଉନ୍ନତ ଖେଳ ପ୍ରଦର୍ଶନ କରିବା ପାଇଁ ଉପଦେଶ ଦେଇଥିଲେ। ଏବଂ ପ୍ରତେକ ଖେଳ ବିଭାଗରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଶ୍ବ ନାରାୟଣ ପଣ୍ଡା ଖେଳ କୁଦ କାର‌୍ୟ୍ୟ କ୍ରମ ଟିକୁ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସ୍ଵାଗତିକା ବାରିକ , ସୁବ୍ରତ ଦାସ, ଧୀରଜ କୁମାର ବାରିକ, ମହେଶ ଚନ୍ଦ୍ର ଦାଶ, ଦମୟନ୍ତୀ ଦାଶ ଓ ଚିନ୍ମୟ ପଣ୍ଡା ସହଯୋଗ କରିଥିଲେ । ଜିଲ୍ଲା ର ପ୍ରତେକ ଶିଶୁ ଯତ୍ନ ଅନୁଷ୍ଠାନ ର ସମ୍ପାଦକ, ଅଧିକ୍ଷକ ଓ କର୍ମ କର୍ତା ମାନେ ସକ୍ରିୟ ଅଂଶ ଗ୍ରହଣ କରି ଖେଳ କୁଦ ପ୍ରତିଯୋଗୀତା ର ସୂଚାରୁ ପରିଚାଳନା କରିଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!