ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅନ୍ତର୍ଗତ ଲାଠିପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପ୍ରସାଦ ଗ୍ରାମରେ ଗୁଳିକାଣ୍ଡ ଘଟି ୧ ମୃତ । ସୁଚନାନୁସାରେ ଉକ୍ତ ଗ୍ରାମର ଦୁଇ ପରିବାର ମଧ୍ୟରେ ପୂର୍ବ ଶତୃତାକୁ ନେଇ ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡରେ ଗୋଟିଏ ପକ୍ଷର ଅନିରୁଦ୍ଧ ନାୟକ ମୃତ ହୋଇଥିବା ସୁଚନା ମିଳିଛି । ଅନେକ ଆହାତ ହୋଇ ନୟାଗଡ଼ ମେଡିକାଲରେ ଭର୍ତି ହୋଇଛନ୍ତି । ଅନିରୁଦ୍ଧଙ୍କ ଦେହରେ ୧୦ରୁ ଗୁଳି ବାଜିଥିବା ସୁଚନା ମିଳିଛି । ସେ ହେଉଛନ୍ତି ଗ୍ରାମର ସୁବାଷ ଚନ୍ଦ୍ର ନାୟକଙ୍କ ପୁଅ । ପୁଲିସର ତନାଘନା ଜାରି ରହିଛି । ଉକ୍ତ ଗ୍ରାମର ତାରେଶ୍ୱର ନାୟକ, ନିବାସ ନାୟକ, ବାସୁ ନାୟକ, ଦୀପୁ ନାୟକ, ପରମାନନ୍ଦ ନାୟକ ଓ ବାପି ନାୟକ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଜଣେ ସେନା କର୍ମଚାରୀ ।

ଗତ କାଲି ସେ ଗ୍ରାମକୁ ଆସିଥିଲେ । ଉଭୟ ପକ୍ଷର ଆହତ ମାନେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜନୈକ ବ୍ୟକ୍ତିକୁ ଜଣେ ବିଜେପି ନେତା ଉଠାଇ ନେଇଥିବା ଚର୍ଚ୍ଚା ଯୋର ଧରିଛି । ଯେଉଁଠାରେ ପାରିବାରିକ ଘଟଣାକୁ ନେଇ ସଂଘର୍ଷ ଘଟୁଛି ବିଜେପି ନେତାମାନେ ଯାଇ ରାଜନୈତିକ ରୂପ ଦେବାକୁ ପଛାଉ ନାହାନ୍ତି । ଯାହା ଆଜି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବର୍ତମାନ ଏହି ଘଟଣାକୁ ନେଇ ସାଧାରଣ ଜନତା ମାତିଲେଣି ।

ମେଡିକାଲ ଛକଠାରେ ରାସ୍ତାରୋକ ଆରମ୍ଭ କଲେଣି । ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ କଲେଣି । ସୁଚନାନୁସାରେ ନୟାଗଡ଼ ମେଡିକାଲରୁ କୃଷ୍ଣପ୍ରସାଦ ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତକୁ ବିଜେପି ନେତା ମେଡିକାଲରୁ ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି । ଏହି ହତ୍ୟାକାଣ୍ଡରେ ବିଜେପି ନେତା ମାନଙ୍କର ହାତ ରହିଛି ବୋଲି ସାଧାରଣ ଜନତା ମାତିଲେଣି । ଟାୟାର ଜାଳି ରାସ୍ତା ରୋକ କରିବା ପାଇଁ ସଜବାଜ ହେଲେଣି । ସଂପୃକ୍ତ ବିଜେପି ନେତାଙ୍କୁ ଗିରଫ କରିବା ପାଇଁ ଦାବି ରଖିଛନ୍ତି । ତୁରନ୍ତ ଅଭିଯୁକ୍ତକୁ ଅଣାଯିବା ପାଇଁ ସାଧାରଣ ଜନତା ରାସ୍ତାରୋକ କରିଛନ୍ତି ।





