Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ କବଜାରେ ଅମ୍ରିତ, ଗ୍ରାମବାସୀ ଛାନିଆ, ଚାଲିଛି ପଚରାଉଚରା

by ସଞ୍ଜୟ ସ୍ୱାଇଁ
December 19, 2022
in Crime, Nayagarh, State
ପୁଲିସ କବଜାରେ ଅମ୍ରିତ, ଗ୍ରାମବାସୀ ଛାନିଆ, ଚାଲିଛି ପଚରାଉଚରା
1.1k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଓଡ଼ଗାଁ ବ୍ଳକ କୁରାଳ ଗ୍ରାମ ନେଳିଆସାହିର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ଅମ୍ରିତ ପାତ୍ର(୧୨) ନିଖୋଜ ହୋଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରଠାରୁ ଓଡ଼ଗାଁ ପୁଲିସ ଛାନଭିନ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତ ଅନୁସାରେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏକ ନିବୁଜ ପିକପ ଭ୍ୟାନ ଏଠାରେ ୨/୪ ଦିନ ହେବ କିଛି ସମୟ ରହିବା ପରେ ଏଠାରୁ ଚାଲି ଯାଉଥିଲା । ହେଲେ ଅମ୍ରିତର ବାପା ପୂର୍ଣ୍ଣଚନ୍ଦ୍ର ପାତ୍ର ଜଣେ ବ୍ୟବସାୟୀ ହୋଇଥିବାରୁ ପିକଅପ ଭ୍ୟାନଟି ସେଠାକୁ ଆସୁଥିବା ଭାବି ଲୋକେ ତା ସମ୍ପର୍କରେ ଧ୍ୟାନ ଦେଇନଥିଲେ । ଓଡ଼ଗାଁ ପୁଲିସ ଇତିମଧ୍ୟରେ ରାଜ୍ୟର ସମସ୍ତ ଥାନାକୁ ଘଟଣା ସମ୍ପର୍କରେ ଅବଗତ କରାଇଥିବା ବେଳେ ବାଳକ ଅମ୍ରିତର ଉଦ୍ଧାର ପାଇଁ ପ୍ରାଣପଣେ ଚେଷ୍ଟା ଜାରି ରଖିଥିଲା । ପ୍ରତିଦିନ ପରି ଅମ୍ରିତ ଗୁରୁବାର ସନ୍ଧ୍ୟା ୫ ବେଳେ ବେଙ୍ଗେଇ ସାହିକୁ ଟିୟୁସନ ଯାଉଥିଲା । ଅମ୍ରିତ ଫେରିବାର ୨/୩ ମିନିଟ ପରେ ନବମ ଶ୍ରେଣୀରେ ପଢ଼ୁଥିବା ଦିପ୍ତୀରଞ୍ଜନ ପରିଡ଼ା ସେହି ରାସ୍ତା ଦେଇ ଆସୁଥିବା ବେଳେ ଗୋଟିଏ ନିବୁଜ ପିକଅପ ଭ୍ୟାନ ସେଠାରୁ ବୁଲାଇ ପଳାଉଥିବା ଦେଖିବାକୁ ପାଇଥିଲା । ଦିପ୍ତୀରଞ୍ଜନ ସେ ସମୟରେ ଗାଡ଼ି ଉପରେ ଧ୍ୟାନ ଦେଇନଥିଲେ ମଧ୍ୟ ନିଖୋଜ ଘଟଣା ପରେ ଦିପ୍ତୀରଞ୍ଜନ ଗାଡି ବୁଲାଇବା କଥା ସମସ୍ତଙ୍କୁ କହିଥିଲା । ନିଖୋଜ ପରେ ଘର ଠାରୁ ଦେଢଶହ ମିଟର ଦୂର ଏକ ବାଉଁଶ ବୁଦା ମୁଳରେ ଅମ୍ରିତିର ସାଇକେଲ ପଡ଼ିଥିବା ଦେଖିବାକୁ ମିଳିଥିଲା । ଶୁକ୍ରବାର ସଂନ୍ଧ୍ୟାରେ ନାବାଳକର ଘରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ପହଞ୍ଚି ପରିବାର ବର୍ଗଙ୍କୁ ଆଶ୍ୱାସନା ଦେଇଛନ୍ତି। ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ଅଲେଖ ପହି ଘଟଣା ସ୍ଥଳ ପରିଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ । ସମସ୍ତ ଗ୍ରାମବାସୀ ଉକ୍ତ ଘଟଣାରେ ସହଯୋଗ କରିବା ପାଇଁ ଆରକ୍ଷ ଅଧୀକ୍ଷକ ନିବେଦନ କରିଥିଲେ ।

ଉକ୍ତ ଅଞ୍ଚଳରେ ଥିବା ସମସ୍ତ ସିସି ଟଭି ଯାଞ୍ଚ କରିବା ପାଇଁ ଓଡ଼ଗାଁ ପୁଲିସଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆରକ୍ଷୀ ଅଧୀକ୍ଷକଙ୍କ ସହିତ ଏସଡିପିଓ କିରଣ ହେମ୍ରମ ଓଡ଼ଗାଁ ଥାନା ଅଧିକାରୀ ପୁର୍ଣ୍ଣଚନ୍ଦ୍ର ପଟ୍ଟାୟତ ଓ ସ୍ଥାନୀୟ ସରପଞ୍ଚ ବିଜନ ପାଇକରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଭୁବନେଶ୍ୱରରୁ ଏକ ଚାରି ଜଣିଆ ଡଗ ସ୍କ୍ୱାଡ ଟିମ ପହଞ୍ଚିଥିଲେ । ଏହି ଡଗ ସ୍କ୍ୱାଡ ଟିମ ବିଭିନ୍ନ ସ୍ଥାନରେ ତନାଘନା କରିଥିଲା । ଚାରି ଦିନ ହେଲା ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ଅମ୍ରିତକୁ ଉଧାର କରାଯାଇଛି । ସୁଚନାସୁସାରେ କୁରାଳ ପଣ୍ଡିତ ସାହିର ଶୁସାନ୍ତ କୁମାର ପଣ୍ଡାଙ୍କ ଘରୁ ଅମ୍ରିତକୁ ଉଦ୍ଧାର କରାଯାଇଛି । ଶୁସାନ୍ତ ପଞ୍ଜାବରେ ରୁହନ୍ତି । ଆଜି ସକାଳ ୮ ଘଣ୍ଟିକା ସମୟରେ ଅମ୍ରିତ ଜଣେ ମହିଳାଙ୍କୁ ଡାକିଥିଲେ । ଉକ୍ତ ମହିଳା ଜଣକ ପାଣି ପାଇଁ ଯାଉଥିଲେ । ମହିଳା ଜଣକ ଅମ୍ରିତକୁ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ହଜାର ହଜାର ଲୋକ ରୁଣ୍ଡ ହୋଇଯାଇଥିଲେ । ଅମ୍ରିତଙ୍କ ମା ଖବର ପାଇ ସ୍ଥାନୀୟ ସରପଞ୍ଚ ବିଜନ ପାଇକରାୟଙ୍କ ସହ ମିଶି ଉଦ୍ଧାର କରିଥିଲେ । ସୁଚନାମୁତାବକ ଅମ୍ରିତର କହିବା ଅନୁସାରେ ତାର ହାତଗୋଡ଼ ବାନ୍ଧି ରଖିଥିଲେ । ଖାଇବାକୁ ଦେଉଥିଲେ । ଓଡ଼ଗାଁ ପୁଲିସ ଖବର ପାଇ ସଙ୍ଗେ ସଙ୍ଗେ ଅମ୍ରିତ ଓ ତାଙ୍କ ମାକୁ ଆଣି ପଚରାଉଚୁରା ଯାରି ରଖିଛି । ନିଖୋଜ ଦିନ ଠାରୁ ଅମ୍ରିତ ସେହି ଘରେ ଥିଲେ ନା କାଲି ରାତିରେ ତାଙ୍କୁ ଛଡା ଯାଇଛି ଏହାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ଉକ୍ତ ଘରର ଚାବି କାହା ପାଖରେ ଥିଲା ? ଅମ୍ରିତ ସେଠାକୁ କିପରି ଆସିଲା ଓ କେହି କିପରି ଜାଣିପାରିଲେ ନାହିଁ ଏହାହିଁ ସମସ୍ତଙ୍କର ଦ୍ୱନ୍ଦ ବଢ଼ାଇଛି । ଏଥି ସହିତ ପିକପ ଭ୍ୟାନଟି କେଉଁଆଡେ ଗଲା ? ଏହାର ସମସ୍ତ ଗୁମର ପୁଲିସ ଖୋଲିବ ବୋଲି ସମସ୍ତେ ଆଶାବାଦି ଅଛନ୍ତି । ଏହି ଘଟଣାର ପର୍ଦ୍ଦାଫାସ କରିବା ପାଇଁ ଓଡ଼ଗାଁ ପୁଲିସକୁ ଓଡ଼ଗାଁର ସମସ୍ତ ସାମ୍ବାଦିକ ମାନେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ଆସୁଥିଲେ । ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଆସାମୀକୁ ଧରିବା ପାଇଁ ପ୍ରତିମୁହୁର୍ତ୍ତରେ ପୁଲିସ ସହିତ ଯୋଗାଯୋଗରେ ରହୁଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!