ମସ୍କୋ, (ବାଘୁଆବାର୍ତ୍ତା): ରୁଷ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଇଣ୍ଟରକଣ୍ଟିନେଣ୍ଟାଲ ହାଇପରସୋନିକ ଏଭନଗାର୍ଡ ମିସାଇଲ ସିଷ୍ଟମକୁ ଓରେନବର୍ଗ ଅଞ୍ଚଳରେ ମୁତୟନ କରିଛି। ରୁଷ୍ର ଦାବି କି ଏହି ମିସାଇଲ ଯଦି ଛଡ଼ା ଯାଏ ତ ଦୁନିଆର କୌଣସି ବି କୋଣରେ ୩୦ ମିନିଟ୍ରେ ଟାର୍ଗେଟ୍ ହମଲା କରିପାରେ । ଏହାର ସ୍ପିଡ୍ ଶବ୍ଦର ଗତି ଠାରୁ ୨୭ ଗୁଣ ଅଧିକ । ଅର୍ଥାତ୍ ୩୩୦୭୬ କିଲୋମିଟର ପ୍ରତିଘଣ୍ଟା । ଏଭନଗାର୍ଡ ମିସାଇଲର ଓଜନ ପାଖାପାଖି ୨୦୦୦ କିଲୋଗ୍ରାମ୍ । ଯଦି ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ ଏବଂ ବାୟୁରେ ଆଦ୍ରତା ନଥାଏ , ତ ଏହି ଏଭନଗାର୍ଡ ମିସାଇଲ ପାଖାପାଖି ୧୦ କିଲୋମିଟରର ଦୂରତା ଏକ ସେକେଣ୍ଡରେ ଅତିକ୍ରମ କରିପାରେ। ରୁଷ୍ର୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି କି, ଏହି ମିସାଇଲର ମୁତୟନ ସହ ହିଁ ତାଙ୍କର ଷ୍ଟ୍ରାଟେଜିକ୍ ମିସାଇଲ ଫୋର୍ସର ଶକ୍ତି ବଢ଼ି ଯାଇଛି। ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୨୦୧୮ ମସିହାରେ କହିଥିଲେ କି , ଏହି ମିସାଇଲ ଅଜେୟ। ଏହାକୁ ଦୁନିଆର କୌଣସି ଆଣ୍ଟି ମିସାଇଲ ସିଷ୍ଟମ ହମଲା କରିପାରିବ ନାହିଁ। ରୁଷ୍ କହିଛି କି, ସେ ୟୁକ୍ରେନ୍ ଉପରେ ୭୬ଟି ହମଲା କରିଛି। ଯେଉଁଥିରୁ ଅଧିକାଂଶ ୟୁକ୍ରେନୀ ସେନା ଓ ଏୟାରଫୋର୍ସ ବେକାର କରି ଦେଇଥିଲେ। କାରଣ ୟୁକ୍ରେନକୁ ପଶ୍ଚିମ ଦେଶ ଗୁଡ଼ିକର ଅସ୍ତ୍ରଶସ୍ତ୍ର ମିଳିଛି। ରୁଷ୍ ୨୪ ଫେବ୍ରୁଆରୀ ୨୦୨୨ ମସିହାରେ ୟୁକ୍ରେନ ଉପରେ ହମଲା କରିଥିଲା ।

ସେବେ ଠାରୁ ଲଗାତାର ଯୁଦ୍ଧ ଜାରି ରହିଛି। ଶୁକ୍ରବାର ୟୁକ୍ରେନର ରାଜଧାନୀ କିଭ୍ରେ ରୁଷ୍ ୪୦ଟି ମିସାଇଲ ଛାଡ଼ିଛି , କିନ୍ତୁ ସେଥିରୁ ପାଖାପାଖି ସବୁ ମିସାଇଲକୁ ୟୁକ୍ରେନର ସେନା ଇଣ୍ଟରସେପ୍ଟ କରି ଦେଇଛନ୍ତି । ଏଥିପାଇଁ ରୁଷ୍ ଦୁନିଆର ସବୁଠୁ ଘାତକ ମିସାଇଲ ମୁତୟନ କରିଛି। ସୂଚନା ଯେ, ରୁଷ୍ ୟୁକ୍ରେନ ଉପରେ ନିଜର ଦ୍ୱିତୀୟ ହାଇପରସୋନିକ ମିସାଇଲ କିଞ୍ଜାଲରେ ଚଳିତ ବର୍ଷ ମାର୍ଚ୍ଚରେ ହମଲା କରିଥିଲା । ଏହି ମିସାଇଲକୁ ଖଞ୍ଜର ଅର୍ଥାତ୍ Dagger ମଧ୍ୟ କୁହାଯାଏ। ହାଇପରସୋନିକ ମିସାଇଲ ସେହି ଅସ୍ତ୍ର ହୋଇଥାଏ , ଯାହା ଶବ୍ଦର ଗତି ଠାରୁ ୫ଗୁଣା ଅଧିକ ଗତିରେ ଚାଲେ। ଯଦି କୌଣସି ମିସାଇଲ ୬୧୦୦ କିଲୋମିଟର ପ୍ରତିଘଣ୍ଟା ଗତିରେ ଉଡ଼େ ତ ଏହାକୁ ହାଇପରସୋନିକ କହନ୍ତି। ଏହାର ଗତି ଓ ଦିଗରେ ପରିବର୍ତ୍ତନ କରିବାର କ୍ଷମତା ଏତେ ଅଧିକ ସଠିକ ଓ ଶକ୍ତିଶାଳୀ ହୋଇଥାଏ , କି ଏହାକୁ ଟ୍ରାକ୍ କରିବା ଓ ମାରି ଖସାଇବା ଅସମ୍ଭବ ହୋଇଥାଏ । ଏଇଠି କହି ରଖୁଛୁ କି ରୁଷ୍ର ଏହି ଏଭନଗାର୍ଡ ଭଳି ହାଇପରସୋନିକ ମିସାଇଲ ରୁଷ୍ ବ୍ୟତୀତ ଆମେରିକା ଓ ଚୀନ ପାଖରେ ରହିଛି । ଉତ୍ତର କୋରିଆ ମଧ୍ୟ ବିକଶିତ କରୁଛି , ହେଲେ କୌଣସି ସ୍ପଷ୍ଟ ହୋଇନାହିଁ । ରୁଷ୍ ପାଖରେ ଯେଉଁ ଏଭନଗାର୍ଡ ହାଇପରସୋନିକ ମିସାଇଲ ଅଛି, ଏହାକୁ ଆଇସିବିଏମ୍ ମିସାଇଲରେ ଲଗେଇ ନିକ୍ଷେପ କରାଯାଏ।





