ନୟାଗଡ଼,(ବାଘୁଆବାର୍ତ୍ତା): ଓଡ଼ଗାଁ ବ୍ଳକ କୁରାଳ ଗ୍ରାମ ନେଳିଆସାହିର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ଅମ୍ରିତ ପାତ୍ର(୧୨) ନିଖୋଜ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରଠାରୁ ଓଡ଼ଗାଁ ପୁଲିସ ଛାନଭିନ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ଅନୁସାରେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏକ ନିବୁଜ ପିକପ ଭ୍ୟାନ ଏଠାରେ ୨/୪ ଦିନ ହେବ କିଛି ସମୟ ରହିବା ପରେ ଏଠାରୁ ଚାଲି ଯାଉଥିଲା । ହେଲେ ଅମ୍ରିତର ବାପା ପୂର୍ଣ୍ଣଚନ୍ଦ୍ର ପାତ୍ର ଜଣେ ବ୍ୟବସାୟୀ ହୋଇଥିବାରୁ ପିକଅପ ଭ୍ୟାନଟି ସେଠାକୁ ଆସୁଥିବା ଭାବି ଲୋକେ ତା ସମ୍ପର୍କରେ ଧ୍ୟାନ ଦେଇନଥିଲେ । ଓଡ଼ଗାଁ ପୁଲିସ ଇତିମଧ୍ୟରେ ରାଜ୍ୟର ସମସ୍ତ ଥାନାକୁ ଘଟଣା ସମ୍ପର୍କରେ ଅବଗତ କରାଇଥିବା ବେଳେ ବାଳକ ଅମ୍ରିତର ଉଦ୍ଧାର ପାଇଁ ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି । ପ୍ରତିଦିନ ପରି ଅମ୍ରିତ ଗୁରୁବାର ସନ୍ଧ୍ୟା ୫ ବେଳେ ବେଙ୍ଗେଇ ସାହିକୁ ଟିୟୁସନ ଯାଉଥିଲା । ଅମ୍ରିତ ଫେରିବାର ୨/୩ ମିନିଟ ପରେ ନବମ ଶ୍ରେଣୀରେ ପଢ଼ୁଥିବା ଦିପ୍ତୀରଞ୍ଜନ ପରିଡ଼ା ସେହି ରାସ୍ତା ଦେଇ ଆସୁଥିବା ବେଳେ ଗୋଟିଏ ନିବୁଜ ପିକଅପ ଭ୍ୟାନ ସେଠାରୁ ବୁଲାଇ ପଳାଉଥିବା ଦେଖିବାକୁ ପାଇଥିଲା । ଦିପ୍ତୀରଞ୍ଜନ ସେ ସମୟରେ ଗାଡ଼ି ଉପରେ ଧ୍ୟାନ ଦେଇନଥିଲେ ମଧ୍ୟ ନିଖୋଜ ଘଟଣା ପରେ ଦିପ୍ତୀରଞ୍ଜନ ଗାଡି ବୁଲାଇବା କଥା ସମସ୍ତଙ୍କୁ କହିଥିଲା । ନିଖୋଜ ପରେ ଘର ଠାରୁ ଦେଢଶହ ମିଟର ଦୂର ଏକ ବାଉଁଶ ବୁଦା ମୁଳରେ ଅମ୍ରିତିର ସାଇକେଲ ପଡ଼ିଥିବା ଦେଖିବାକୁ ମିଳିଥିଲା । ଶୁକ୍ରବାର ସଂନ୍ଧ୍ୟାରେ ନାବାଳକର ଘରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ପହଞ୍ଚି ପରିବାର ବର୍ଗଙ୍କୁ ଆଶ୍ୱାସନା ଦେଇଛନ୍ତି। ଆଜି ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ଅଲେଖ ପହି ଘଟଣା ସ୍ଥଳ ପରିଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେଇଛନ୍ତି । ସମସ୍ତ ଗ୍ରାମବାସୀ ଉକ୍ତ ଘଟଣାରେ ସହଯୋଗ କରିବା ପାଇଁ ଆରକ୍ଷ ଅଧୀକ୍ଷକ ନିବେଦନ କରିଛନ୍ତି । ଉକ୍ତ ଅଞ୍ଚଳରେ ଥିବା ସମସ୍ତ ସିସି ଟଭି ଯାଞ୍ଚ କରିବା ପାଇଁ ଓଡ଼ଗାଁ ପୁଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆରକ୍ଷୀ ଅଧୀକ୍ଷକଙ୍କ ସହିତ ଏସଡିପିଓ କିରଣ ହେମ୍ରମ ଓଡ଼ଗାଁ ଥାନା ଅଧିକାରୀ ପୁର୍ଣ୍ଣଚନ୍ଦ୍ର ପଟ୍ଟାୟତ ଓ ସ୍ଥାନୀୟ ସରପଞ୍ଚ ବିଜନ ପାଇକରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଆଜି ଭୁବନେଶ୍ୱରରୁ ଏକ ଚାରି ଜଣିଆ ଡଗ ସ୍କ୍ୱାଡ ଟିମ ପହଞ୍ଚିଛନ୍ତି । ଏହି ଡଗ ସ୍କ୍ୱାଡ ଟିମ ବିଭିନ୍ନ ସ୍ଥାନରେ ତନାଘନା କରୁଛି ।






