ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ୍ । ଗଜପତି ଜିଲ୍ଲା ରାୟଗଡ ପଂଚାୟତ ସମିତି ଆସିଷ୍ଟାଣ୍ଡ ଇଞ୍ଜିନିୟର ହେଉଛନ୍ତି ଦିଲୀପ କୁମାର ସାହୁ । ତାଙ୍କ ସରକାରୀ ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ । ବ୍ରହ୍ମପୁର, ଦିଗପହଣ୍ଡି, ଆର୍.ଉଦୟଗିରିର ୪ଟି ସ୍ଥାନରେ ଚଢାଉ ହୋଇଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ କରିଛି ଭିଜିଲାନ୍ସ । ଦିଗପହଣ୍ଡି ସ୍ଥିତ ଅଫିସ, ଗଜପତି ଜିଲ୍ଲା ଆର୍.ଉଦୟଗିରି ଛେଳିଗଡାରେ ଥିବା ସରକାରୀ କ୍ୱାର୍ଟର, ବ୍ରହ୍ମପୁର ଗୋପବନ୍ଧୁନଗର ସ୍ଥିତ ଫ୍ଲାଟ୍, ବ୍ରହ୍ମପୁର ଜ୍ୟୋତିନଗରସ୍ଥିତ ଦୁଇ ମହଲା ଘରେ ଚାଲିଛି ଚଢାଉ । ବ୍ରହ୍ମପୁର ସ୍ୱତନ୍ତ୍ର ଜଜ୍ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଚଢ଼ାଉ ହୋଇଛି । ଏହି ଚଢାଉରେ ଜଣେ ଅତିରିକ୍ତ ଏସ୍ପି, ୫ ଜଣ ଇନସ୍ପେକ୍ଟର, ୨ ଜଣ ଏଏସ୍ ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।





