ନୟାଗଡ଼,(ବାଘୁଆବାର୍ତ୍ତା): ସାରା ବିଶ୍ୱରେ କରୋନାକୁ ନେଇ ଆତଙ୍କ ଖେଳିଯାଇଥିବା ବେଳେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭାରତ ସରକାର ଲକ୍ଡାଉନ୍ ଘୋଷଣା କରି ଅନେକ ମାତ୍ରାରେ କରୋନାକୁ ମୁକାବିଲା କରିଛନ୍ତି । କେନ୍ଦ୍ର ସରକାର ଜନସାଧାରଣଙ୍କୁ ସଚେତନତା କରାଇବା ଉଦ୍ଦେଶ୍ୟରେ ସାମାଜିକ ଦୁରତା ରକ୍ଷା କରିବା ସହିତ ବିଭିନ୍ନ ଆଇନ୍ କାନୁନ୍ ପ୍ରଣୟନ କରିଛନ୍ତି । ନୟାଗଡ଼ ସହରରେ ଆଜି ପୋଲିସ୍ ପକ୍ଷରୁ ସଚେତନତା କରାଯାଇ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏଣିକି ବାଇକ୍ ଚାଳକମାନେ ବାଇକ୍ରେ ଏକା ଯିବାସହ ଦୁଇଜଣ ବସିପାରିବେ ନାହିଁ । ସେହିପରି ଭାବେ ଚାରିଚକିଆ କାର୍ରେ ଡ୍ରାଇଭରଙ୍କ ସମେତ ଜଣେମାତ୍ର ଚାରିଚକିଆ ଗାଡିରେ ଯାଇପାରିବେ । ଆଜି ନୟାଗଡ଼ ବସ୍ଷ୍ଟାଣ୍ଡ ଠାରେ ପୋଲିସ୍ ପକ୍ଷରୁ ଏଭଳି ସଚେତନତା କରାଯାଇଛି ।






