ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକରୁ ୧୧ ଗ୍ରାମର ବ୍ରାଉନସୁଗର ଜବତ। ଦୁଇ ଜଣ ଯୁବକ ଭଦ୍ରକ ବଉଳ ପୋଖରୀରୁ ପାଣିକୋଇଲି ଅଭିମୁଖେ ସିବିଜି ବାଇକ ଯୋଗେ ଯିବା ସମୟରେ ଗ୍ରାମାଞ୍ଚଳ ପୁଲିସ ତାଙ୍କୁ ଅଟକାଇଥିଲା। ଯାଞ୍ଚ୍ କରିବାରୁ ସେମାନଙ୍କ ନିକଟରୁ ୧୧ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଏହା ସହ ପୋଲିସ ୨ ଯୁବକଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୨ ଅଭିଯୁକ୍ତ କଟକ ଅଞ୍ଚଳର ବୋଲି ଜଣାପଡ଼ିଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।





