ନୟାଗଡ଼,(ବାଘୁଆବାର୍ତ୍ତା): ଗଣିଆ ଥାନା ଆଡ଼କଟା ପଞ୍ଚାୟତ ଜଗନ୍ନାଥପ୍ରସାଦ ଗ୍ରାମ ବିରଞ୍ôଚ ନାୟକ ହତ୍ୟା ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ନାୟକକୁ ଗିରଫ କରିଛି । ଗୁରବାର ପ୍ରମୋଦକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଲୁହାରଡକୁ ଜବତ କରିଛି । ପ୍ରମୋଦ ନାୟକ କଟକରେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ସ୍ତ୍ରୀ ମାମି ଓ ୨ ପୁଅ ଜଗନ୍ନାଥପ୍ରସାଦ ଗ୍ରାମରେ ରହୁଥିଲେ । ୨ ପୁଅଙ୍କୁ ଛାଡି ମାମି ହଠାତ ଘରୁ ନିଖୋଜ ହୋଇଯାଇଥିଲେ । ଖବରପାଇ ପ୍ରମୋଦ ଗ୍ରାମରେ ପହଞ୍ôଚ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ସେହି ଗ୍ରାମର ସମ୍ପର୍କୀୟ ଦାଦା ଶଶ୍ୱୁର ବିରଞ୍ôଚ ନାୟକଙ୍କ ସହ ମାମି କେଉଁଆଡେ ଯାଇଥିବା ଜାଣିବାକୁ ପାଇଥିଲେ । ବିରଞ୍ôଚଙ୍କ ସହ ପୁତୁରା ବୋହୁ ମାମିର ପ୍ରେମ ସମ୍ପର୍କ ଜାଣିବା ପରେ ପ୍ରମୋଦ ଓ ତାଙ୍କ ୨ ପୁଅ ବିରଞ୍ôଚକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ । ଚଳିତ ଡିସେମ୍ବର ମାସ ୧୦ ତାରିଖ ଦିନ ବିରଞ୍ôଚ ଗ୍ରାମକୁ ଆସିବା ଜାଣିପାରି ପ୍ରମୋଦ ଓ ତାଙ୍କ ୨ ପୁଅ ବିରଞ୍ôଚକୁ ଆକ୍ରମଣ କରିବା ପାଇଁ ସୁଯୋଗକୁ ଅପେକ୍ଷା କରିଥିଲେ । ବିରଞ୍ôଚ ସଂଦ୍ଧ୍ୟା ସମୟରେ ଧାନବିଲକୁ ଯାଉଥିବା ସମୟରେ ପ୍ରମୋଦ ଓ ତାଙ୍କ ୨ପୁଅ ଲୁହାରଡ଼ ଓ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ ।





