Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧା ହେଲେ ନାଇଜେରୀୟ ଠକ, ଠକିଥିଲେ ୨୮ ଲକ୍ଷ

by ସଞ୍ଜୟ ସ୍ୱାଇଁ
December 15, 2022
in Crime, State
ବନ୍ଧା ହେଲେ ନାଇଜେରୀୟ ଠକ, ଠକିଥିଲେ ୨୮ ଲକ୍ଷ
132
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ନାଇଜେରୀୟ ଯୁବକ ପ୍ୟାଟ୍ରିକ୍ ଚିଜୋରୋମ ଓରାଜାକାଙ୍କୁ ୨୮ ଲକ୍ଷ ଟଙ୍କାର ସାଇବର ଠକେଇ ଅଭିଯୋଗରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତାଙ୍କୁ ନୂଆଦିଲ୍ଲୀରୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି କ୍ରାଇମ୍‌ବ୍ରାଞ୍ଚ। କଟକର ଜଣେ ମହିଳାଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରି ପ୍ୟାଟ୍ରିକ୍‌ଙ୍କୁ ଗିରଫ କରିଛି। ମହିଳା ଜଣଙ୍କ କଟକରେ ରହନ୍ତି। ସୋଶାଲ୍ ମିଡିଆ ଯୋଗେ ପ୍ୟାଟ୍ରିକଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ପ୍ୟାଟ୍ରିକ୍ ନିଜକୁ ନେଦରଲ୍ୟାଣ୍ଡସର ଜଣେ ଡାକ୍ତର (ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ) ଭାବେ ପରିଚୟ ଦେଇଥିଲେ। ଇନ୍‌ଷ୍ଟାଗ୍ରାମରେ ମହିଳା ଜଣଙ୍କ ତାଙ୍କୁ ଫଲୋ କରୁଥିଲେ। ତାଙ୍କ ସହିତ ଚାଟ୍ ମଧ୍ୟ କରୁଥିଲେ। ବନ୍ଧୁତା ବଢ଼ିବା ପରେ ମହିଳା ଜଣଙ୍କ ପ୍ୟାଟ୍ରିକଙ୍କୁ ତାଙ୍କ ହ୍ୱାଟ୍‌ସଆପ୍ ନମ୍ବର ଦେଇଥିଲେ। ହ୍ୱାଟ୍‌ସଆପ୍‌ରେ ସେମାନଙ୍କ ମଧ୍ୟରେ ଚାଟିଂ ଚାଲିଥିଲା। କିଛି ଦିନ ପରେ ପ୍ୟାଟ୍ରିକ୍ ତାଙ୍କୁ ଦେଖା କରିବାକୁ ଚାହୁଁଥିବା କହିଥିଲେ। ସେଥିପାଇଁ ସେ ଭାରତ ଆସୁଥିବା କଥା କହିଥିଲେ। ତା’ପର ଦିନ ମହିଳା ଡାକ୍ତରଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣଙ୍କ ନିଜକୁ ନୂଆଦିଲ୍ଲୀ ବିମାନବନ୍ଦରର ଜଣେ କଷ୍ଟମ୍ସ ଅଫିସର ବୋଲି କହିଥିଲେ। ଏହା ସହିତ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଭେଟିବାକୁ ଭାରତ ଆସିଥିବା ବେଳେ ୯୦ ହଜାର ୟୁରୋ ଧରି ଆସିଥିବା କଥା କହିଥିଲେ। ଏପରି କରି ସେ ନିୟମ ଭାଙ୍ଗିଛନ୍ତି। ତେଣୁ ତାଙ୍କୁ ଅଟକ ରଖାଯାଇଛି ବୋଲି ଫୋନ୍ କରିଥିବା ବ୍ୟକ୍ତି କହିଥିଲେ। ଏହା ଜାଣିବା ପରେ ପ୍ୟାଟ୍ରିକ୍‌ଙ୍କୁ ମୁକୁଳାଇବା ପାଇଁ ମହିଳା ଜଣଙ୍କ ପର‌୍ୟ୍ୟାୟକ୍ରମେ ବିଭିନ୍ନ ଆକାଉଣ୍ଟରେ ଟଙ୍କା ପଠାଇଥିଲେ। କିନ୍ତୁ କଥା ସେଠି ସରି ନଥିଲା। ପ୍ରତିଦିନ ଆହୁରି ଅଧିକ ଟଙ୍କା ପଠାଇବାକୁ ତାଙ୍କ ପାଖକୁ କଲ୍ ଆସୁଥିଲା। ୨୮.୬୭ ଲକ୍ଷ ଟଙ୍କା ଦେବା ପରେ ମହିଳା ଜଣଙ୍କ ବୁଝିଗଲେ ଯେ ସେ ସାଇବର ଠକେଇର ଶିକାର ହୋଇଛନ୍ତି। ଏହା ପରେ ଗତ ମାସ ୧୬ ତାରିଖରେ ସେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଲା ଯେ ଯେଉଁ ସବୁ ଆକାଉଣ୍ଟକୁ ମହିଳା ଜଣଙ୍କ ଟଙ୍କା ପଠାଇଛନ୍ତି, ସେଗୁଡ଼ିକରୁ ଅଧିକାଂଶ ଉତ୍ତର ପୂର୍ବ ଭାରତର ଏବଂ ସେଗୁଡ଼ିକୁ ନୂଆଦିଲ୍ଲୀରୁ ପରିଚାଳନା କରାଯାଉଛି। ପରେ ତଦନ୍ତକୁ ଆହୁରି ଆଗକୁ ନେବା ପରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ନୂଆଦିଲ୍ଲୀ ଯାଇ ପ୍ୟାଟ୍ରିକ୍‌ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ନଗଦ ଟଙ୍କା ଦେବାର ଲୋଭ ଦେଖାଇ ପ୍ୟାଟ୍ରିକ୍ ବହୁ ଲୋକଙ୍କ ଆକାଉଣ୍ଟକୁ ଠକେଇ ପାଇଁ ବ୍ୟବହାର କରୁଥିଲା ବୋଲି ଜଣାପଡ଼ିଛି। ପ୍ୟାଟ୍ରିକ୍‌ଙ୍କ ଠାରୁ ୧୬ଟି ଡେବିଟ୍ କାର୍ଡ, ୧୨ଟି ମୋବାଇଲ ଫୋନ୍, ୨୨ଟି ବ୍ୟାଙ୍କ୍ ପାସ୍‌ବୁକ୍‌, ୧୦ଟି ବ୍ୟାଙ୍କ୍ ଚେକ୍‌, ୨୦ଟି ସିମ୍ କାର୍ଡ, ଗୋଟିଏ ଲାପ୍‌ଟପ୍, ଗୋଟିଏ ପାସ୍‌ପୋର୍ଟ ଓ ତାଙ୍କ ନାଁରେ ଜାରି ହୋଇଥିବା ଆଧାର ଓ ପାନ୍ କାର୍ଡ ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ। ପ୍ୟାଟ୍ରିକ୍‌ଙ୍କ ସହିତ ଆଉ କେଉଁମାନେ ଏହି ଠକେଇରେ ସାମିଲ ହୋଇଥିଲେ, ତାହା ଜାଣିବାକୁ ଅଧିକ ଖୋଳତାଡ଼ କରୁଛି କ୍ରାଇମ୍‌ବ୍ରାଞ୍ଚ। ଏହା ସହିତ ପ୍ୟାଟ୍ରିକ୍ ଆଉ କେଉଁମାନଙ୍କୁ ଠକିଛି, ସେ ବିଷୟରେ ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!