ଭବାନୀପାଟଣା, (ବାଘୁଆବାର୍ତ୍ତା): ଦୋକାନୀକୁ ଜାଲ ନୋଟ୍ ଦେଇ ଜିନିଷ କିଣୁଥିଲେ ଯୁବକ। ଧରାପଡ଼ି ଥାନାକୁ ଗଲେ। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଦେପୁର ସାପ୍ତାହିକ ବଜାରରେ। ଯୁବକଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ତାଙ୍କ ନିକଟରୁ ୪ଟି ୧୦୦ ଟଙ୍କିଆ ଜାଲ ନୋଟ୍ ଓ ଗୋଟିଏ ୫୦୦ ଟଙ୍କିଆ ନୋଟ ଜବତ କରାଯାଇଛି। ଆଜି ଯୁବକ ଜଣଙ୍କ ଦେପୁର ଏକ ଦୋକାନରୁ ଜିନିଷ କିଣି ଏକ ଜାଲ ନୋଟ ଦେଇଥିଲେ। ନୋଟ୍ ଦେଖି ଦୋକାନୀର ସନ୍ଦେହ ହୋଇଥିଲା। ଏନେଇ ଦୋକାନୀ ଜଣଙ୍କ ପୁଲିସକୁ ଫୋନ୍ କରିଥିଲେ। ପୁଲିସ ଯୁବକଙ୍କଠାରୁ ୪ଟି ୧୦୦ ଟଙ୍କିଆ ଜାଲ ନୋଟ୍ ଓ ଗୋଟିଏ ୫୦୦ ଟଙ୍କିଆ ନୋଟ ଜବତ କରିଥିଲା। ପୁଲିସ ସଂପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ନକଲି ନୋଟ୍ ପଛରେ ଗ୍ୟାଙ୍ଗର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।





