ଚଣ୍ଡିଖୋଲ, (ବାଘୁଆବାର୍ତ୍ତା): ବ୍ରାଉନ୍ସୁଗାର ଜବତ ସହ ଦୁଇ ଜଣ ଗିରଫ । ଯାଜପୁର ଜିଲ୍ଲା ବଡଚଣା ଥାନା ପୋଲିସ ଚଣ୍ଡିଖୋଲ ଛକ ନିକଟରୁ ୧୬ ଗ୍ରାମର ବ୍ରାଉନ୍ସୁଗାର ଜବତ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଖବର ଅନୁଯାୟୀ, ଗତ ଦୁଇ ଦିନ ତଳେ ବଡ଼ଚଣା ଥାନା ପୋଲିସ କୌଣସି ସୁତ୍ରରୁ ଖବର ପାଇ ଚଣ୍ଡିଖୋଲ ମାଛ ମାର୍କେଟରେ ଚଢାଉ କରିଥିଲା । ଏହି ଚଢାଉରେ ୧୬ ଗ୍ରାମର ବ୍ରାଉନ୍ସୁଗାର ସହ ଦୁଇଟି ମୋବାଇଲ ଜବତ ହୋଇଛି । ଏହାବ୍ୟତୀତ ୧୬୫୦୦ ଟଙ୍କା ମଧ୍ୟ ପୋଲିସକୁ ମିଳିଛି । ତେବେ ଗିରଫ ଦୁଇ ଯୁବକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।





