Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସକାଳୁ ସକାଳୁ ଘାଣ୍ଟିଲେ ବିଧାୟକ ଓ ଜିଲ୍ଲାପାଳ

by ସଞ୍ଜୟ ସ୍ୱାଇଁ
December 13, 2022
in Feature News
ସକାଳୁ ସକାଳୁ ଘାଣ୍ଟିଲେ ବିଧାୟକ ଓ ଜିଲ୍ଲାପାଳ
796
VIEWS
Share on FacebookShare on Twitter

ପୈାର ପରିଷଦ ଅଧିନସ୍ଥ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ପୈାର ପରିଷଦ ଅଧିନସ୍ଥ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବିଧାୟକଙ୍କ ସହ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ପୈାର ପରିଷଦ ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ବିଜେଡି ନେତା ଶ୍ରୀକାନ୍ତ ଖଟେଇ ପ୍ରମୂଖ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ପ୍ରମୂଖ ଗସ୍ତ କରିଥିଲେ ।

ନୟାଗଡ଼ ସଦରଥାନା ନିକଟସ୍ଥ ନୂଆ ବସଷ୍ଟାଣ୍ଡ, ଆଦର୍ଶ ସ୍ମଶାନ, ଲେଖନପୁର-ଡିଆରଡିଏ ରାସ୍ତାରେ ନିର୍ମାଣ ହେବାକୁ ଥିବା ଗାଡ଼ି ପାର୍କିଂ ସ୍ଥାନ, ପୁରୁଣାସହର ୬ ନଂ ୱାର୍ଡ଼ରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଟାଉନହଲକୁ ନବୀକରଣ କରାଯାଇ ଜିଲ୍ଲା ପାଠାଗାର ନିର୍ମାଣର ତଦାରଖ କରିଛନ୍ତି । ଦକ୍ଷିଣକାଳୀ ପଡ଼ିଆରେ ନିର୍ମାଣ ହେବାକୁ ଥିବା ମୁକ୍ତ ବାୟାମାଶାଳା ନିର୍ମାଣ ପାଇଁ ଯୋଜନା ରହିଥିବା ବେଳେ ଏହାର ସ୍ଥାନ ନିରୂପଣ ଏବଂ ଆନୁସଙ୍ଗୀକ ବ୍ୟବସ୍ଥା ତଦାରଖ କରିଛନ୍ତି । ସେହିଭଳି ଭାବେ ଦୁର୍ଗାମଣ୍ଡପଠାରେ ପୁରୁଣା ଜେଲ ଜମି ବୁଲି ଦେଖିବା ସହ ଆଖପାଖରେ ନିର୍ମାଣ ହେବାକୁ ଥିବା ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ଅଡିଟୋରିୟମ ପାଇଁ ୨ କୋଟି ଟଙ୍କାର ଅନୁଦାନ ରହିଥିବା ବେଳେ ଖୁବଶୀଘ୍ର ଏହା ନୂଆରୂପ ପାଇବ ବୋଲି ଜଣାଯାଇଛି ।

ଆଜି ବିଧାୟକ ଏବଂ ଜିଲ୍ଲାପାଳ ଏହାର ତଦାରଖ କରିଛନ୍ତି । ସେହିଭଳି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ନିକଟରେ ନିର୍ମାଣଧିନ ରହିଥିବା ଅତ୍ୟାଧୁନିକ ମାଛ ମାର୍କେଟ ନିର୍ମାଣର ତଦାରଖ କରିବା ସହ ଏହାକୁ ତୁରନ୍ତ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି । ଶେଷରେ ବଲାଙ୍ଗ ପାର୍କ ପରିଦର୍ଶନ କରିବା ସହ ନିର୍ମାଣ ଧିନ ଅବସ୍ଥାରେ ଥିବା କାର୍ଯ୍ୟର ତଦାରଖ କରିଛନ୍ତି । ବିଧାୟକଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା ବେଳେ ସମସ୍ତ କାଉନସିଲର ଏବଂ ଅନେକ ସରକାରୀ କର୍ମଚାରୀ ଉପସ୍ଥିତ ରହିଥିବା ଦେଖାଯାଇଛି । ଏହା ସହିତ ନୟାଗଡ଼ ଖେଳପଡ଼ିଆ ଉନ୍ନୟନ କାର୍ଯ୍ୟର ତଦାରଖ କରାଯାଇଥିବା ଦେଖାଯାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!