ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବହୁ ଚାଞ୍ଚଲ୍ୟ ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଇନଫୋସିଟି ଥାନାରେ ହାଜର ହେଲେ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା। ଏଡିସିପି, ଏସିପି, ଆଇଓଙ୍କ ଉପସ୍ଥିତିରେ ବୀରେନ୍ଦ୍ରଙ୍କୁ ପଚରାଉଚରା କରାଯାଉଛି। ବୀରେନ୍ଦ୍ରଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ ଆନନ୍ଦଙ୍କ ବାପା। ଗତ ଫେବ୍ରୁଆରୀ ୨୮ରେ ଆନନ୍ଦ ଟପ୍ପୋଙ୍କ ମୃତଦେହ ମିଳିଥିଲା। ଇନଫୋସିଟି ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ମିଳିଥିଲା ମୃତଦେହ।





