ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଅବକାରୀ ବିଭାଗ ପକ୍ଷରୁ ଆଜି ଦଶପଲ୍ଲା ଅଞ୍ଚଳରୁ ୧୬୦ ବୋତଲ କଫ ସିରପ ଜବତ କରିବା ସହିତ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟବସାୟୀ ଜଣକ ହେଲେ ମହୁଲିଆ ଗ୍ରାମର ଲକ୍ଷ୍ମୀଧର ପ୍ରଧାନ (୩୬ ବର୍ଷ) । ସୁଚନାନୁସାରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଜଗାପୁର ରୋଡସ୍ଥିତ ମହୁଲିଆ ଗ୍ରାମରେ ବିଶ୍ୱନାଥ ପ୍ରଧାନଙ୍କ ପୁଅ ଲକ୍ଷ୍ମୀଧର ପ୍ରଧାନ ବେଆଇନ ଭାବେ କଫ ସିରପ ବ୍ୟବସାୟ କରୁଥିବା ନେଇ ବିଶେଷ ସୁତ୍ରରେ ଜାଣିବାକୁ ପାଇଥିଲେ ଜିଲ୍ଲା ଅବକାରୀ ବିଭାଗ । ଆଜି ସକାଳୁ ଅବକାରୀ ବିଭାଗର ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ମୋବାଇଲ ଟିମ ମହୁଲିଆ ଗ୍ରାମର ବିଶ୍ୱନାଥଙ୍କ ଘରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ବିଶ୍ୱନାଥଙ୍କ ପୁଅ ଲକ୍ଷ୍ମୀଧର ପ୍ରଧାନଙ୍କ ଠାରୁ ୧୬୦ ବୋତଲ କଫ ସିରପ ଜବତ କରିବା ସହ ଲକ୍ଷ୍ମୀଧରକୁ ଅଟକ ରଖି ପଚରା ଉଚୁରା କରିଥିଲେ । ପରେ ୧୯୯/୨୨ ମାମଲା ରୁଜ କରି ଲକ୍ଷ୍ମୀଧରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଉକ୍ତ ମୋବାଇଲି ଟିମର ଉପ ଆରକ୍ଷୀ ନିରିକ୍ଷକ ଶୁସାନ୍ତ କୁମାର ମହାପାତ୍ର, ପ୍ରଫୁଲ କୁମାର ଗୁରୁ, ଦେବିପ୍ରସାଦ ପାଣି, ଲକ୍ଷ୍ମୀଧର ବେହେରା, ବିକାଶ ଜେନା, ପ୍ରଶାନ୍ତ ସେଠୀ ଓ ହରପ୍ରିୟା ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ ।





