ଭୁବନେଶ୍ଵର, (ବାଘୁଆବାର୍ତ୍ତା): ପୁଣି ମୋ ବସ୍ରୁ ଚୋରି। ମୋ ବସ୍ରୁ ଦମ୍ପତିଙ୍କ ଠାରୁ ୪୨ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ବାଣୀବିହାରରୁ ଖଣ୍ଡଗିରି ଯିବା ବାଟରେ ନୟାପଲ୍ଲୀ ଠାରେ ଚୋରି ହୋଇଛି। ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ନୟାଗଡ଼ର ବିରଞ୍ଚି ସେଠି ଭୁବନେଶ୍ୱର ଭିଏସଏସ୍ ନଗରରେ ରୁହନ୍ତି। ସେ ଜଣେ ଡ୍ରାଇଭର୍। ସେ ବନ୍ଧକ ସୁନା ମୁକୁଳେଇବା ପାଇଁ ୪୨ ହଜାର ଟଙ୍କା ନେଇ ମୋ ବସ୍ରେ ଯାଉଥିଲେ। ବାଣୀବିହାରରୁ ଖଣ୍ଡଗିରି ଯିବା ବାଟରେ ନୟାପଲ୍ଲୀ ଠାରେ ତାଙ୍କ ଟଙ୍କା ଚୋରି ହୋଇଛି। ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।





