Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪ ନିଖୋଜ ଘଟଣା, ପରିତ୍ୟକ୍ତ କୂଅରୁ ମିଳିଲା କାର୍ !

by ସଞ୍ଜୟ ସ୍ୱାଇଁ
December 12, 2022
in Crime, State
ପାଇଖାନା ଅର୍ଥ ଦୁର୍ନୀତି ନେଇ ଭିଜିଲାନ୍ସର ତଦନ୍ତ
201
VIEWS
Share on FacebookShare on Twitter

ଉମରକୋଟ, (ବାଘୁଆବାର୍ତ୍ତା): ବାହାଘର ଭୋଜି ଖାଇ ଫେରିବା ବେଳେ ଉମରକୋଟ ଚାରି ଜଣଙ୍କୁ ଅପହରଣ ସନ୍ଦେହ ଘଟଣା । ରାସ୍ତା ପାର୍ଶରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ କାର୍ ଠାବ ହୋଇଥିବା ସୂଚନା । ତେବେ କାର୍ ଟାୟାର ଫାଟି ଯିବାରୁ କୂଅ ଭିତରେ ପଶି ଯାଇଥିବା ଜଣାପଡିଛି । ତେବେ ସମସ୍ତ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ କୂଅରୁ ପାଣି ଖାଲି କରାଯାଉଛି । ଖାଲି କରିବା ପରେ ହିଁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ସ୍ପଷ୍ଟ ହୋଇପାରିବ ବୋଲି ଜଣାପଡିଛି । ପଡ଼ୋଶୀ ଛତିଶଗଡ଼ କାଙ୍କେର ଜିଲ୍ଲାର ସମ୍ପର୍କୀୟଙ୍କ ବାହାଘରରୁ ଫେରୁଥିବା ବେଳେ ଉମରକୋଟ ସହରର ୪ ଜଣ ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା । ସେମାନେ ହେଲେ ସପନ ସରକାର, ତାଙ୍କ ସ୍ତ୍ରୀ ରୀତା ସରକାର, ଶାଳକ ବିଶ୍ୱଜିତ ଅଧିକାରୀ ଓ ପଡ଼ୋଶୀ ହାଜାରି ଢାଲି । ସପନଙ୍କ ପୁଅ ଏନେଇ କାଙ୍କେର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସୂଚନା ପାଇ ଉମରକୋଟ ଥାନା ଅଧିକାରୀ ଦୀପକକୁମାର ଜେନା ସପନଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଥାନାରେ ଦିଆଯାଇଥିବା ଅଭିଯୋଗ ପ୍ରକାରେ ଶନିବାର ସପନ ସପରିବାର ଛତିଶଗଡ କାଙ୍କେର ଜିଲ୍ଲାରେ ରହୁଥିବା ତାଙ୍କ ଶଢୁଙ୍କ ପୁଅ ବାହାଘରକୁ ୪ଟି ଚାରିଚକିଆ ଗାଡ଼ିରେ ଯାଇଥିଲେ । ବାହାଘର କାର‌୍ୟ୍ୟ ସରିବା ପରେ କୋଣ୍ଡାଗାଁର ସମ୍ପର୍କୀୟଙ୍କ ଘରକୁ ଯାଇ ଉମରକୋଟ ଫେରିବାର ଥିଲା । ସକାଳେ ସମସ୍ତେ ଉମରକୋଟ ଫେରିଥାନ୍ତେ । ହେଲେ କାଙ୍କେର ଠାରୁ ୫କିମି ଦୂର ପରେ ଆଉ ସେମାନଙ୍କ ସହ ଫୋନ୍‌ରେ ଯୋଗାଯୋଗ ହୋଇପାରି ନଥିଲା । ଅନ୍ୟ ୩ଟି ଗାଡ଼ି ଉମରକୋଟ ଫେରିଥିବା ବେଳେ ସପନ ବସିଥିବା କାର(ଓଡି ୨୪ସି ୧୭୦୫)ଟି ନିଖୋଜ ହୋଇଯାଇଥିବା ଏତଲାରେ ଉଲ୍ଲେଖ ରହିଛି । କାଙ୍କେରରୁ କୋଣ୍ଡାଗାଁ ଫେରୁଥିବା ବେଳେ ସେମାନେ ନିଖୋଜ ଥିବା ତାଙ୍କ ପୁଅ ଦୀପକ କହିଛନ୍ତି । ସେ କହିଛନ୍ତି, ବାହାଘର ପରେ ସମସ୍ତେ ରାତି ସାଢେ ୧୦ଟାରେ କାଙ୍କେରରୁ ବାହାରିଥିଲେ । ସକାଳେ ସମସ୍ତେ ପହଞ୍ଚିଥିବା ବେଳେ ତାଙ୍କ ବାପାଙ୍କ ଗାଡ଼ି ନ ପହଞ୍ଚିବାରୁ ବାପାଙ୍କୁ ଖେଜିବାକୁ ଦୀପକ କାଙ୍କେର ଯାଇଥିଲେ । ହେଲେ ତାଙ୍କର କୌଣସି ପତ୍ତା ମିଳି ନଥିଲା । ଏହା ପରେ ସେ ସେଠାକାର ଥାନାରେ ଏତଲା ଦେଇଥିଲେ । ଏତଲା ଦେବା ପରେ କାଙ୍କେର ପୁଲିସ ଉମରକୋଟ ପୁଲିସକୁ ଖବର ଦେଇଥିଲା । ତଦନ୍ତ ଜାରି ରହିଥିବା ଉମରକୋଟ ଥାନା ଅଧିକାରୀ ଶ୍ରୀ ଜେନା କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!