Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମା ବଡ଼ରାଉଳୀ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ:ନାଟୁଗାଁକୁ ହରାଇ ଚମ୍ପତ୍ତିପୁର ଚମ୍ପିଆନ୍‌

by ସଞ୍ଜୟ ସ୍ୱାଇଁ
December 11, 2022
in Nayagarh, Sports
ମା ବଡ଼ରାଉଳୀ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ:ନାଟୁଗାଁକୁ ହରାଇ ଚମ୍ପତ୍ତିପୁର ଚମ୍ପିଆନ୍‌
220
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନାଟୁଗାଁ ମା ବଡ଼ରାଉଳୀ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ବାତ୍ୟା ଆଶ୍ରୟସ୍ଥଳ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟକୁ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ମା ବଡ଼ରାଉଳୀ ଏକଦିବସୀୟ ଦିବାରାତ୍ର ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଭାଗ ନେଇଥିଲେ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଲାଠିପଡ଼ା ସହିତ ଖଣ୍ଡପଡ଼ା ମଧ୍ୟରେ ଅନୁଷ୍‌ଠିତ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ନୂଆଗାଁ ସହିତ ନାଟୁଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସେହିପରି ଭାବେ ତୃତୀୟ ମ୍ୟାଚରେ କଣ୍ଟିଲୋ ସହ ଚମ୍ପତ୍ତିପୁର ମୁହାଁମୁହିଁ ହୋଇଥିଲେ । ଚତୁର୍ଥ ମ୍ୟାଚରେ ବାଘୁଆପଲ୍ଲୀ ସହିତ ବାଉଁସିଆପଡ଼ା ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ତେବେ କ୍ୱାଟର ମ୍ୟାଚ ଓ ସେମିଫାଇନାଲ ମ୍ୟାଚରେ ବିଜୟ ଲାଭ କରି ନାଟୁଗାଁ ଓ ଚମ୍ପତ୍ତିପୁର ଦଳ ଫାଇନାଲ ମ୍ୟାଚକୁ ଉତିର୍ଣ୍ଣ ହୋଇଥିଲେ । ନାଟୁଗାଁ ଓ ଚମ୍ପତ୍ତିପୁର ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଫାଇନାଲ ମ୍ୟାଚ ୨-୦ ପଏଣ୍ଟରେ ନାଟୁଗାଁକୁ ପରାସ୍ତ କରି ଚମ୍ପତ୍ତିପୁର ଚମ୍ପିଆନ୍ ହୋଇଛି । ଉପସ୍ଥିତ ଥିବା ଅତିଥିଙ୍କ କରକମଳରେ ଚମ୍ପିଆନ୍ ଚମ୍ପତ୍ତିପୁର ଦଳକୁ ଚମ୍ପିଆନ୍ ଟ୍ରଫି୍ ସହ ୨୫୦୦ଟଙ୍କା ପୁରଷ୍କାର ପ୍ରଦାନ କରାଯାଇଥିବା ବେଳେ ରନସ୍ ଅଫ୍ ନାଟୁଗାଁ ଦଳକୁ ରନସ୍ ଅଫ୍ ଟ୍ରଫି ସହ ୧୫୦୦ଟଙ୍କା ଅର୍ଥ ରାଶି ପ୍ରଦାନ କରିଥିଲେ ନାଟୁଗାଁ ପଞ୍ଚାୟତର ସରପଞ୍ଚ ସାଗରବାଳା ବରାଡ଼ । ଆଜିର ଏକଦିବସୀୟ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାପରିଷଦ ସୁବାଷ ଚନ୍ଦ୍ର କଅଁର, ସରୋକ କୁମାର ରଣସିଂ, କ୍ଷୀରୋଦ କୁମାର ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାଲେ ସମାଜସେବୀ ଆଲୋକ ପଟ୍ଟନାୟକ, ନାଟୁଗାଁ ସମିତିସଭ୍ୟା ତୋଫାନୀ ଦାଶ, ସମାଜସେବୀ ଅଜୟ କୁମାର ସ୍ୱାଇଁ, ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି ରବିନ୍ଦ୍ର କୁମାର ଜେନା, ଆଇନିଜୀବି ସଲିଳ କୁମାର ପ୍ରଧାନ, ସମାଜସେବୀ ଭଗବାନ ଜେନା, ଦିଲ୍ଲିପ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟକୁ ଭଲିବଲ୍ ରେଫରୀ ଜନ୍ମେଜେୟ ଦାଶ ପରିଚାଳନା କରିଥିବା ବେଳେ ଶ୍ରୀକାନ୍ତ ମହାପାତ୍ର, ଜ୍ଞାନରଂଜନ ନାୟକ ସହଯୋଗ କରିଥିଲେ । ମା ବଡ଼ରାଉଳୀ ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ପୂର୍ବତନ ସରପଞ୍ଚ ପଦ୍ମଚରଣ ଉଦୟଭାନୁ ଏବଂ ନାଟୁଗାଁର ଯୁବ ଗୋଷ୍ଠୀ ଆୟୋଜନ କରିବାରେ ସାହାର୍ଯ୍ୟ ସହଯୋଗ କରିଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!