ରାଉରକେଲା, (ବାଘୁଆବାର୍ତ୍ତା): ଭିଜିଲାନ୍ସ ପଞ୍ଝାରେ କନିଷ୍ଠଯନ୍ତ୍ରୀ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତାର ରକ୍ଷଣାବେକ୍ଷଣ କାର୍ୟ୍ୟର ବିଲ ପାସ କରାଇଦେବାକୁ ଜଣେ ଠିକାଦାରଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ରାଉରକେଲା ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଲେ ଗ୍ରାମ୍ୟ ଉନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଵେବବ୍ରତ ସାହୁ । ତାଙ୍କ ନିକଟରୁ ଟଙ୍କା ଜବତ କରିବା ସହ ପଚରାଉଚରା ଲାଗି ଭିଜିଲାନ୍ସ କାର୍ୟ୍ୟାଳୟରେ ଅଟକ ରଖିଛି ଟିମ୍ । କନିଷ୍ଠ ଯନ୍ତ୍ରୀ ବିଶ୍ରା ସେକ୍ସନରେ ନିୟୋଜିତ ଥିବାବେଳେ ବିଲ୍ ପାସ କରିବାକୁ ଅନେକ ସମୟରେ ଠିକାଦାରଙ୍କଠାରୁ ଅର୍ଥ ଦାବି କରୁଥିବା ଅଭିଯୋଗ ସାମ୍ନାକୁ ଆସୁଛି । ଭିଜିଲାନ୍ସ ଚଢ଼ାଉକୁ ନେଇ ବିଭାଗର ସ୍ଥାନୀୟ କାର୍ୟ୍ୟାଳୟରେ ଅନ୍ୟ ଯନ୍ତ୍ରୀମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।





