Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦିଲ୍ଲୀ ନଗର ନିଗମ ନିର୍ବାଚନର ୨୫୦ ୱାର୍ଡର ଭୋଟ୍‌ ଗଣନା ଆରମ୍ଭ

by ସଞ୍ଜୟ ସ୍ୱାଇଁ
December 7, 2022
in Feature News
ଦିଲ୍ଲୀ ନଗର ନିଗମ ନିର୍ବାଚନର ୨୫୦ ୱାର୍ଡର ଭୋଟ୍‌ ଗଣନା ଆରମ୍ଭ
70
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଆଜି ନିର୍ଦ୍ଧାରିତ ସମୟ ସକାଳ ୮ଟା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀର ୪୨ଟି କେନ୍ଦ୍ରରେ ଦିଲ୍ଲୀ ନଗର ନିଗମ ଅନ୍ତର୍ଗତ ୨୫୦ଟି ୱାର୍ଡର ଭୋଟ୍‌ ଗଣନା ଆରମ୍ଭ ହୋଇଛି। ପ୍ରଥମେ ଆରମ୍ଭ ହୋଇଛି ପୋଷ୍ଟାଲ୍‌ ବାଲଟ୍‌। ସକାଳ ୯ଟା ବେଳେ ଆରମ୍ଭ ହେବ ‘ଇଭିଏମ୍‌’ ଭୋଟ୍‌ ଗଣନା। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ, ସମ୍ପ୍ରତି ‘ଆପ୍‌’ ୧୦୦ଟି ଆସନରେ ଅଗ୍ରଣୀ ଥିବା ବ‌େଳେ ‘ବିଜେପି’ ୮୨ଟି ଆସନରେ ଅଗ୍ରଣୀ ରହିଛି। କଂଗ୍ରେସ ମାତ୍ର ୭ଟି ଆସନରେ ଅଗ୍ରଣୀ ରହିଛି। ଜାତୀୟ ରାଜଧାନୀର ଶାସ୍ତ୍ରୀ ପାର୍କ, ଯମୁନା ବିବହାର, ମୟୂର ବିହାର, ନନ୍ଦ ନଗରୀ, ଦ୍ବାରକା, ଓଖ୍‌ଲା, ମଙ୍ଗୋଲ୍‌ପୁରୀ, ପୀତମ୍‌ପୁରା, ଅଲିପୁର ଏବଂ ମଡେଲ୍‌ ଟାଉନ୍‌ ଆଦି ଅଞ୍ଚଳରେ ଏହି ଗଣନା‌ କେନ୍ଦ୍ର ସବୁ ସ୍ଥାପନ କରାଯାଇଛି। ପ୍ରତି ଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ନିରାପତ୍ତା ବ୍ୟବସ୍ଥା କରାଯାଇଛି। ପ୍ରଥମ ୨ଟି ସୁରକ୍ଷା ବଳୟରେ ପାରାମିଲିଟାରି ଫୋର୍ସ ରହିଛନ୍ତି। ତୃତୀୟ ବଳୟରେ ପହରା ଦେଉଛି ମହିଳା ପୁଲିସ କର୍ମଚାରୀଙ୍କ ସମେତ ଦିଲ୍ଲୀ ପୁଲିସ। ଫଳାଫଳ ଘୋଷଣା କରାଯିବା ପର୍ଯ୍ୟନ୍ତ ସେମାନେ ଉପସ୍ଥିତ ରହିବେ। ଆଜିର ଫଳାଫଳ ଦିବସ ନିମନ୍ତେ ‘ଆପ୍‌’ ‘ଅଚ୍ଛେ ହୋଙ୍ଗେ ୫ ସାଲ୍‌, ‘ଏମ୍‌ସିଡି’ ମୈଁ ଭି କେଜ୍ରିୱାଲ୍‌’ ସ୍ଲୋଗାନ୍‌ ଲେଖା ଥିବା ନୂଆ ପୋଷ୍ଟର୍‌ ଲାଗାଇଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!