Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ୟାଙ୍କକୁ ମାରିଲେ ଚୁନ, ସୁନା ନାଁରେ ପିତଳ ଦେଇ ୫୨ ଲକ୍ଷ ଲୁଟ, ବନ୍ଧା ହେଲେ ୮

by ସଞ୍ଜୟ ସ୍ୱାଇଁ
December 6, 2022
in Crime, State
ବ୍ୟାଙ୍କକୁ ମାରିଲେ ଚୁନ, ସୁନା ନାଁରେ ପିତଳ ଦେଇ ୫୨ ଲକ୍ଷ ଲୁଟ, ବନ୍ଧା ହେଲେ ୮
137
VIEWS
Share on FacebookShare on Twitter

ସୋନପୁର, (ବାଘୁଆବାର୍ତ୍ତା): ସୁନା ନାଁରେ ପିତଳ ଦେଇ ଠକି ନେଲେ ୫୨ ଲକ୍ଷରୁ ଅଧିକ ଟଙ୍କା। ଖୁବ୍ ଚତୁରତାର ସହ ବ୍ୟାଙ୍କରୁ ଠକି ଦେଇଛନ୍ତି ଠକ। ହେଲେ ଚୋରଘର ସବୁବେଳେ ଅନ୍ଧାର ନ ଥାଏ। ଏହି ଠକେଇ କରିଥିବା ୮ ଜଣଙ୍କୁ ପୁଲିସ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛି। ଏନେଇ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍‌ପି କହିଛନ୍ତି, ଠକମାନେ ସୋନପୁର ବରୋଦା ବ୍ୟାଙ୍କ ଶାଖାରେ ନକଲି ସୁନା ବନ୍ଧା ରଖି ପ୍ରାୟ ୫୨ ଲକ୍ଷ ୮୩ ହଜାର ୧୦୦ ଟଙ୍କାର ଠକି ନେଇଥିଲେ। ୨୦୧୯ରୁ ୨୦୨୧ ମଧ୍ୟରେ ଏହି ଠକେଇ ହୋଇଛି। ଏହା ଜଣାପଡିବା ପରେ ବ୍ୟାଙ୍କର ଶାଖା ପରିଚାଳକ ଯଜ୍ଞେଶ୍ୱର ସାମଲ ସୋନପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏତଲା ଆଧାରରେ ସୋନପୁର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବ୍ୟାଙ୍କରେ ବନ୍ଧା ପଡ଼ିଥିବା ସୁନାଗୁଡ଼ିକ ଯାଞ୍ଚ ବେଳେ ପିତଳ ବୋଲି ଜଣାପଡ଼ିଥିଲା। ଏହି ଘଟଣାରେ ବ୍ୟାଙ୍କର ପୂର୍ବତନ ସୁନାରୀ ସମେତ ମୋଟ ୧୧ ଜଣ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଥିଲା। ସେଥିମଧ୍ୟରୁ ଆଜି ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଯାହା ଭିତରେ ସୁନାରି ମଧ୍ୟ ଅଛନ୍ତି। ସେମାନେ ହେଲେ ସୋନପୁର ବିନିକା ସିଲାଟିର ଈଶ୍ୱର ସରାଫ, ତାଙ୍କ ପୁଅ ସୁରେନ୍ଦ୍ରେ ସରାଫ, ଅଞ୍ଜନ ସା, ହଜାରୁ ସାହୁ, ଡୁଙ୍ଗରିପାଲି ଅନ୍ତର୍ଗତ ଚେରୁପାଲିର ଡାକ୍ତର ସେଠ୍, ଉଲୁଣ୍ଡା ଇଚ୍ଛାପୁରର ରାମକୁମାର ମେହେର, ବରଗଡ଼ ଜିଲ୍ଲା ବାଇଡେନ୍ ଥାନା ଅନ୍ତର୍ଗତ ରୁଷୁଡ଼ାର ରାମଚନ୍ଦ୍ର ବଣିଆ ଓ ସୁନାରୀ ସୋନପୁର ଘୋଡ଼ା ଘାଟପଡ଼ାର ଜୟନାରାୟଣ ମହାରଣା। ବ୍ୟାଙ୍କର ପୂର୍ବତନ ସୁନାରୀ ଜୟନାରାୟଣ ଠକେଇର ମୁଖ୍ୟ କାର୍ପଟଦାର। ନକଲି ସୁନା ଦେଇ ଋଣ ନେଇଥିବା ୭ ଜଣଙ୍କୁ ସେ ଅସଲି ସୁନା ବୋଲି ସାର୍ଟିଫିକେଟ ଯୋଗାଇ ଦେଇଥିଲେ। ଏହି ମାମଲାରେ ବ୍ୟାଙ୍କର ଅନ୍ୟ କେଉଁମାନେ ଜଡ଼ିତ ଅଛନ୍ତି, ସେନେଇ ତଦନ୍ତ ଚାଲିଛି ବୋଲି ଏସ୍‌ପି କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!