ଭୁବନେଶ୍ୱର, (ବାଘୁଆବାର୍ତ୍ତା): ୭୧ ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିୟାନସିପରେ ଓଡ଼ିଶା ପୋଲିସର ପୁରୁଷ ଓ ମହିଳା ଟିମ ଦଳଗତ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଓଡ଼ିଶା ପୋଲିସର ପୁରୁଷ ଟିମ ସି.ଆଇ.ଏସ.ଏଫ କୁ ୬-୪ ଗୋଲରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିବା ସହ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ମହିଳା ବର୍ଗରେ ଓଡିଶା ପୋଲିସ ତାମିଲନାଡୁ କୁ ୪-୨ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି । ଉଲ୍ଲେକଯୋଗ୍ୟ ଯେ ଗତ ନଭେମ୍ବର ମାସ ୧୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ପୋଲିସ ଆନୁକୁଲ୍ୟରେ କୋଲକାତାସ୍ଥିତ ସାଇ କମ୍ପେ୍ଳକ୍ସ ଠାରେ ସର୍ବଭାରତୀୟ ପୋଲିସ ହକି ଚମ୍ପିୟାନସିପ ଅନୁଷ୍ଠିତ ହୋଇଥିଲା ।

ପୁରୁଷ ଟିମର ଅଧିନାୟକ ଅଲମ୍ପିୟାନ ବୀରେନ୍ଦ୍ର ଲାକ୍ରା ଓ ଟିମ ମ୍ୟାନେଜର ସଂଜୀବ କୁମାର ଲାକ୍ରା ରାଜ୍ୟ ପୋଲିସ ମୁଖ୍ୟାଳୟରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଆରକ୍ଷୀ ମହାନିର୍ଦ୍ଦେଶକ ବଂସଲ କ୍ରଡାବିତ ମାନଙ୍କ ସାଫଲ୍ୟରେ ସନ୍ତୋଷ ବ୍ୟକ୍ତ କରିବା ସହ ଭବିଷ୍ୟତରେ କଠିନ ପରିଶ୍ରମ କରି ରାଜ୍ୟ ପୋଲିସ ପାଇଁ ଅଧିକ ସଫଳତା ଆଣିବାକୁ ପରାମର୍ଶ ଦେଇଥିଲେ । ଏହି ସାକ୍ଷାତ ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଆର.କେ.ଶର୍ମା ମଧ୍ୟ ଉପସ୍ଥିତ ଥିଲେ ।






