ଭଦ୍ରକ, (ବାଘୁଆବାର୍ତ୍ତା): ଦିନକୁ ଦିନ ହାତ ତିଆରି ନକଲି ମଦ କାରବାର ବଢ଼ିବାରେ ଲାଗିଛି । ଭଦ୍ରକ ରେ ପୂର୍ବରୁ ଅନେକ ଥର ଦେଶୀ ନକଲି ମଦ ଜବତ ହେବା ସହ ଅନେକ ଗିରଫ ହେଉଥିଲେ ହେଁ ଏଯାବତ କିନ୍ତୁ କାରବାର ବନ୍ଦ ହେବାରେ ନାମ ଧରୁନି । ଆଜି ସକାଳୁ ଜିଲ୍ଲା ମୋବାଇଲ ସ୍କ୍ୱାଡ଼ ଟିମ ବ୍ରଜମୋହନ ମଲ୍ଲିକ ଓ ସୁଶ୍ରୀ ସଂଗୀତା ମହାନ୍ତି ଙ୍କ ନେତୃତ୍ୱରେ ପେଟ୍ରୋଲିଙ୍ଗ ଡ୍ୟୁଟି କରୁଥିବା ବେଳେ ଖବର ମିଳିଥିଲା କି ଜଣେ ବ୍ୟକ୍ତିଙ୍କ ଘରେ ନକଲି ଦେଶୀ ମଦ କାରବାର ଚାଲିଛି । ଖବରଟି ସତ୍ୟ ଜାଣିବା ପରେ ଘଟଣା ସ୍ଥଳରେ ପହଂଚି ଦେଖିବାକୁ ପାଇଥିଲେ କି ସହଦେଵ ପୃଷ୍ଟି ନାମକ ବ୍ୟକ୍ତି ଜରି ବସ୍ତାରେ ବିଭିନ୍ନ ବ୍ରାଣ୍ଡର ନକଲି ମଦ ଧରି ଆକୁଆ ଗାର୍ଡ ବୋତଲ ରେ ଭର୍ତି କରି ଯାଉଥିବା ସମୟରେ ଅବକାରୀ ନିରୀକ୍ଷକ ସ୍କ୍ୱାଡ଼ କୁ ଦେଖି ମୁଖ୍ୟ ଆସାମୀ ଦୌଡ଼ି ପଳାଇଥିବା ବେଳେ ଅନ୍ୟ ଚାରିଜଣଙ୍କୁ ଧରିବାରେ ସଫଳ ହୋଇଥିଲା । ଅବକାରୀ ସ୍କ୍ୱାଡ଼ କିନ୍ତୁ ନକଲି ମଦକୁ ଜବତ କରିଥିଲା । ସେଥିରୁ ସମସ୍ତ ଜବତ ମଦ ନକଲି ବୋଲି ଜଣାପଡିଥିଲା ଏବଂ ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ଏକ ଲକ୍ଷରୁ ଅଧିକ ହେବ ବୋଲି କହିଛନ୍ତି ଅବକାରୀ ଅଧିକାରୀ । ଏ ମାମଲାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ଚାଲିଛି ସମସ୍ତଙ୍କୁ ଯଥା ଶୀଘ୍ର ଗିରଫ କରାଯିବା ନେଇ ମତ ରଖିଛନ୍ତି ଉପ ନିରୀକ୍ଷକ ଅବକାରୀ ଜିଲ୍ଲା ମୋବାଇଲ ସ୍କ୍ୱାଡ଼ ବ୍ରଜମୋହନ ମଲ୍ଲିକ ।





