ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): କରୋନା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲୁରହିଛି । ଏଥିନିମନ୍ତେ ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ ଦିନରାତି ଏକ କରିଦେଇଛନ୍ତି । ନୟାଗଡ଼ ଜିଲ୍ଲାର କରୋନା ମୁକାବିଲା ପାଇଁ ଚାନ୍ଦପୁର ଠାରେ କରୋନା କୋଭିଡ୍-୧୯ କେୟାର୍ ହସ୍ପିଟାଲ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖଣ୍ଡପଡ଼ାରେ କୋଭିଡ୍-୧୯ ହସ୍ପିଟାଲ ଏବଂ ନୟାଗଡ଼ 
ପୋଲିସ୍ ଟ୍ରେନିଂ ସ୍କୁଲଠାରେ ଆଉ ଏକ କୋଭିଡ୍-୧୯ ହସ୍ପିଟାଲ କାର୍ଯ୍ୟ ଜୋର୍ଦାର ଚାଲୁରହିଛି । ଏପ୍ରିଲ ୧୩ ତାରିଖରେ ସ୍ଥାନୀୟ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଡ. ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷଚନ୍ଦ୍ର ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଶ୍ୱେତ କୁମାର ମହାପାତ୍ର, ନୟାଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର ଯୋଗଦେଇ ଚାନ୍ଦପୁରରେ ଅନୁଷ୍ଠିତ କୋଭିଡ୍-୧୯ ହସ୍ପିଟାଲର୍ ଶେଷ ସ୍ପର୍ଷ ଦେଇଥିଲେ । ସୂଚନା ମୁତାବକ ଏହି କୋଭିଡ୍-୧୯ ହସ୍ପିଟାଲ ପାଇଁ ମାଇକ୍ରୋବାୟୋଲୋଜିଷ୍ଟ ୧ଜଣ, ଷ୍ଟାଫ୍ ନର୍ସ୧୦ଜଣ, ଫାର୍ମାସିଷ୍ଟ ୯ଜଣ, ଲାବ୍ରୋଟରି ଟେକ୍ନିସିଆନ୍ ୭ଜଣ, ରେଡିଓଗ୍ରାଫର ୨ଜଣ, ଏବ୍ପିଏଚ୍ଡବ୍ଲୁ ମହିଳା ୫୫ଜଣ ଏବଂ ପୁରୁଷ ୧୬ଜଣ ସମୁଦାୟ ୧୦୦ଜଣ ବୈଷୟିକ ଜ୍ଞାନକୌଶଳକାରୀ କୋଭିଡ୍ କେୟାର୍ ହସ୍ପିଟାଲରେ ନିଯୁକ୍ତି ପ୍ରଦାନ କରାଯାଇଛି । ସେମାନେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି କୋଭିଡ୍ କେୟାର ହସ୍ପିଟାଲରେ ୨୦୦ ଶଯ୍ୟା ରହିଛି । କୋଭିଡ୍ କେୟାର୍ ହସ୍ପିଟାଲର ନିର୍ମାଣ କାର୍ଯ୍ୟଠାରୁ ଆରମ୍ଭ କରି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲାପାଳ ଡ. ପୋମା ଟୁଡୁ ଆଜି ଚାନ୍ଦପୁର ଗସ୍ତକରି ଏହାର ଶେଷ ସ୍ପର୍ଶ ଦେବେବୋଲି ଜଣାପଡିଛି ।






